ପଶ୍ଚିମବଙ୍ଗ ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ

କୋଲକାତା: ପଶ୍ଚିମବଙ୍ଗର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ରହସ୍ୟଜନକ ମୃତ୍ୟୁ । ଉତ୍ତର ଦିନଜପୁର ଜିଲ୍ଲାର ବନ୍ଦୋଲରେ ଘର ନିକଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସେହିପିର ହତ୍ୟା ଅଭିଯୋଗ ଆଣିଛି ପଶ୍ଚିମବଙ୍ଗ ବିଜେପି । ନିରପେକ୍ଷ ତଦନ୍ତ ସହ ଘଟଣାର ସତ୍ୟାସତ୍ୟ ବାହାର କରିବାର ଆବଶ୍ୟକତା ଥିବା ଟ୍ୱିଟ୍ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ।

ଦେବେନ୍ଦ୍ର ନାଥ ରାୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିଲା ତଦନ୍ତ କରୁଛି ପୋଲିସ । ୨୦୧୬ସେ ହେମଟାବାଦରୁ ସିପିଆଇ ଟିକେଟରେ ପଶ୍ଚିମବଙ୍ଗ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦେବେନ୍ଦ୍ର ବିଜେପିରେ ସାମିଲ ହୋଇଥିଲେ ।