କଟକ :କଟକ ମହାନଗର ନିଗମ ଅଞ୍ଚଳରୁ ହଟିଲା ସଟଡାଉନ୍ . ସଟଡାଉନ୍ ହଟିବା ନେଇ ଗତ ରବିବାର ସିଏମ୍ସି ପକ୍ଷରୁ ଘୋଷଣା କରାଯିବା ପରେ ସୋମବାର କଟକ ସହରରୁ ସଟଡାଉନ୍ ହଟି ଯାଇଛି । ଦ୍ରୁତଗତିରେ କରୋନା ସଂକ୍ରମଣକୁ ବୃଦ୍ଧି ପାଉଥିବାରୁ କଟକ ମହାନଗର ନିଗମ ଗତ ଜୁଲାଇ ୪ ତାରିଖରେ ସଟଡାଉନ୍ ଘୋଷଣା କରିଥିଲା ।
ଆଜିଠୁ ସଟ୍ଡାଉନ୍ ଉଠିବା ପରେ ନୂଆ କଟକଣା ସଂପର୍କରେ ସିଏମ୍ସି କମିସନର ଅନନ୍ୟା ଦାସ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଯେଉଁଥିରେ ପୂର୍ବପେକ୍ଷା ରାତ୍ରୀକାଳୀନ କର୍ଫ୍ୟୁକୁ କଡାକଡି କରାଯାଇଛି । ସୋମବାରଠୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ ଏବଂ ପୂର୍ବ ପରି ସନ୍ଧ୍ୟା ୭ରୁ ସକାଳ ୫ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ ।