୩୧ ଭିତରେ ମ୍ୟାଟ୍ରିକ୍ ରେଜଲ୍ଟ ପାଇବ ପ୍ରକାଶ

ଭୁବନେଶ୍ୱର: ଜୁଲାଇ ୩୧ ଭିତରେ ପ୍ରକାଶ ପାଇବ ମ୍ୟାଟ୍ରିକ୍‌ ପରୀକ୍ଷା ଫଳ। ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମ୍ୟାଟ୍ରିକ୍‌ ଖାତା ଦେଖା ସରିଯାଇଛି। ଏବେ ଟାବୁଲେସନ ଚାଲିଛି।

ଶ୍ରୀ ଦାଶ ଆହୁରି କହିଛନ୍ତି, ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ହେଉଛି। ଶଟ୍‌ଡାଉନ୍‌ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି। ଏନେଇ ଜିଲ୍ଲାପାଳମାନଙ୍କୁ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିବି।