କଥକ ଡ୍ୟାନ୍ସ କରିବେ ବେବି ଡର୍ଲ

ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନଙ୍କ ହଟ୍‌ ଓ ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ଦିୱାନା କରିଦେଇଛି। ଅନେକ ଦିନ ହେବ ବଲିଉଡର ଏହି ଲୈଲାଙ୍କର କିଛି ଭଲ ଫିଲ୍ମ ଆସିନି କି କିଛି ଗୀତ ବି ସେମିତି ହିଟ୍‌ ହୋଇନାହିଁ। ଅନେକ...

ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନଙ୍କ ହଟ୍‌ ଓ ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ଦିୱାନା କରିଦେଇଛି। ଅନେକ ଦିନ ହେବ ବଲିଉଡର ଏହି ଲୈଲାଙ୍କର କିଛି ଭଲ ଫିଲ୍ମ ଆସିନି କି କିଛି ଗୀତ ବି ସେମିତି ହିଟ୍‌ ହୋଇନାହିଁ। ଅନେକ ଦିନ ହେବ ସେ ପରଦାରୁ ଦୂରେଇ ଅଛନ୍ତି।  ହେଲେ ଏବେ ଖୁବ୍‌ଶୀଘ୍ର ସନ୍ନିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖ୍‌ବାକୁ ମିଳିବ। ନିଜର ବୋଲ୍ଡ ଅନ୍ଦାଜ ପାଇଁ ଜଣାଶୁଣା ସନ୍ନିଙ୍କୁ ଏବେ କଥକ ନୃତ୍ୟ କରୁଥିବା ଦେଖିବାରୁ ମିଳିବ।

ସୂଚନା ଅନୁଯାୟୀ ସନ୍ନି ଲିଓନ ଏକ ଗ୍ରୁପ୍‌ ଡ୍ୟାନ୍ସ ‘ଅଭିମନ୍ୟୁ’ରେ ପର୍ଫମ କରିବେ। ଏହି ଡ୍ୟାନ୍ସକୁ ଜଣାଶୁଣା କଥକ ନୃତ୍ୟଶିଳ୍ପୀ ସନ୍ଦିପ ମହାବୀର କୋରିଓଗ୍ରଫି କରିବେ। ଏହି ନୃତ୍ୟ ସନ୍ନିଙ୍କ ପାଇଁ ଏକ ଭିନ୍ନ ଅନୁଭବ ହେବ। ନିଜ ଡ୍ୟାନ୍ସକୁ  ଭଲ କରିବା ପାଇଁ  ସେ ଅନେକ ପରିଶ୍ରମ କରୁଛନ୍ତି। ଦିନକୁ ପାଖାପାଖି ୧୨ ଘଣ୍ଟା ନୃତ୍ୟ ଅଭ୍ୟାସ କରୁଛନ୍ତି।

ନିଜ ନୃତ୍ୟ ଓ ଅଭିନୟରେ ସେ ଦର୍ଶକଙ୍କ ମନ ଜିତିବାକୁ ଅପ୍ରାଣ ଉଦ୍ୟମ ଚଲାଇଛନ୍ତି। ଏହି ବିଶେଷ ନୃତ୍ୟ ପାଇଁ ସେ ବିଶେଷ ଆଉଟଫିଟ୍‌ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସୂଚନା ଅନୁଯାୟୀ ସନ୍ନି  ୧୫ କିଲୋ ଓଜନର ଏକ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିବେ।

ସନ୍ନି ନିଜର ଏହି ପର୍ଫମାନ୍ସକୁ ନେଇ ବହୁତ  ଉତ୍ସାହିତ ଅଛନ୍ତି। ‌ଆଉ ଏ ଖବର ଯେବେଠୁ ସାମ୍ନାକୁ ଆସିଲାଣି ସେବେଠୁ ଦର୍ଶକ ମଧ୍ୟ ତାଙ୍କୁ ନୂଆ ଅବତାରରେ ଦେଖିବା ପାଇଁ ବେଶ୍ ଉତ୍ସାହିତ।

Spread the love
Categories
ମନୋରଞ୍ଜନ

RELATED BY

  • ଜସ୍ମିନଙ୍କ ନାଗିନ୍ ଲୁକ୍

    ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଏକତା କପୁରଙ୍କ ସୁପରହିଟ୍ ସିରିଏଲ “ନାଗିନ୍-୪”ର ଆଉ ଏକ ପ୍ରମୋ ସାମ୍ନାକୁ ଆସିଛି । ପ୍ରଥମେ ଏହାର ଏକ ପ୍ରମୋ ସାମ୍ନାକୁ ଆସିଥିଲା । ଯେଉଁଥିରେ ନାଗିନ୍ ଲୁକରେ କେଉଁ ଟିଭି...
  • ୩ ଅଣ୍ଡା ପାଇଁ ବିଶାଲ ଶେଖର ଦେଲେ ୧୬୭୨ ଟଙ୍କା

    ନୂଆଦିଲ୍ଲୀ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଶେଖର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାନ୍ତି । ତାଙ୍କୁ ୩ ଟି ଅଣ୍ଡା ପାଇଁ ୧୬୭୨ ଟଙ୍କା ଦେବାକୁ ପଡିଲା ବୋଲି ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି...
  • କେବିସିରେ ନଜର ଆସିବେ ଓଡ଼ିଶାର ସାଂସଦ ଅଚ୍ୟୁତ ସାମନ୍ତ

    ଭୁବନେଶ୍ବର: କନ୍ଧମାଳ ସାଂସଦ ତଥା ଓଡ଼ିଶାର ପରିଚିତ ସମା‌ଜସେବୀ ତଥା ଶିକ୍ଷାବିତ୍‌ ଅଚ୍ୟୁତ ସାମନ୍ତ ଖୁବ୍ ଶୀଘ୍ର ଅମିତାଭ ବଚ୍ଚନ ହୋଷ୍ଟ୍‌ କରୁଥିବା ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡପତି(କେବିିସି)’ରେ ଦେଖିବାକୁ ମିଳିବେ। ପୂର୍ବରୁ ଓଡ଼ିଶାରୁ ‌ଦୌଡ଼ରାଣୀ ଦୂତୀ ଚାନ୍ଦ...
  • ଆଇସିୟୁ ଭେଣ୍ଟିଲେଟରରେ ଲତା ମଙ୍ଗେସକର

    ମୁମ୍ବାଇ:ସ୍ୱର ସାମ୍ରାଙ୍ଗୀ ଭାବେ ପ୍ରସିଦ୍ଧ ଭାରତୀୟ ଗାୟିକା ଲତା ମଙ୍ଗେସକରଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତାଙ୍କୁ ଗତକାଲି ମୁମ୍ବାଇର ବ୍ରୀଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେ ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଅଛନ୍ତି । ତାଙ୍କୁ ବର୍ତମାନ...