ଟି ୨୦ ବିଶ୍ଵକପ୍ ଟ୍ରଫି ଉନ୍ମୋଚନ କରିବେ କରୀନା କପୁର

ମୁମ୍ବାଇ:ଭାରତୀୟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମେଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ଵକପ ଟ୍ରଫିର ଉନ୍ମୋଚନ କରିବେ। ଆଇସିସି ପୁରୁଷ ଟି ୨୦ ବିଶ୍ଵକପ ୨୦୨୦ ଅଷ୍ଟ୍ରେଲିଆରେ ଆୟୋଜନ ହେଉଛି। ଆସନ୍ତା ବର୍ଷ ଅକ୍ଟୋବର ୧୮ ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ ବିଶ୍ଵ କପ୍ ଖେଳାଯିବ। ସେହିପରି ମହିଳା ଟି ୨୦ ବିଶ୍ଵକପ୍  ୨୦୨୦ ଫେବୃଆରୀ ୨୧ ରୁ ମାର୍ଚ୍ଚ ୮ ଯାଏ ଖେଳାଯିବ।

ଏହି ସଂଦର୍ଭରେ କରୀନା କହିଛନ୍ତି ଯେ, ଏହି ପ୍ରତିଷ୍ଠିତ ଉତ୍ସବରେ ଅଂଶ ଗ୍ରହଣ କରିବା ମୋ ପାଇଁ ସମ୍ମାନର ବିଷୟ। ମୁଁ ସେହି ମହିଳାଙ୍କୁ ପ୍ରୋତ୍ସାହନ ଦେବାକୁ ଚାହୁଁଛି, ଯେଉଁମାନେ ନିଜ ସ୍ଵପ୍ନକୁ ସାକାର କରିବା ନିମନ୍ତେ ନିଜ ଦେଶ ପାଇଁ ଖେଳୁଛନ୍ତି। ଏହି ସବୁ ବ୍ୟକ୍ତିତ୍ଵ ଆମ ଲାଗି ପ୍ରେରଣାରସ୍ରୋତ। 

ସେ କହିଛନ୍ତି ଯେ, ମୋର ଶ୍ଵଶ୍ଵର  ଭାରତୀୟ କ୍ରିକେଟ୍ ଦଳ ପକ୍ଷରୁ ଖେଳିବାରେ ମହାନ କ୍ରିକେଟ୍ ଖେଳାଳିଙ୍କ ମଧ୍ୟରୁ ଜଣେ ଥିଲେ। ବିଶ୍ଵ କପ ଟ୍ରଫିର ଉନ୍ମୋଚନ କରିବା ମୋ ପାଇଁ ସମ୍ମାନ ଓ ଗୌରବର କଥା ବୋଲି  କରୀନା କହିଛନ୍ତି।