ଏସ୍‌ବିଆଇ ଜାମାକାରୀଙ୍କ ପାଇଁ ନୂଆ ନିୟମ: ମେ’ ୧ରୁ ହେବ ଲାଗୁ

ନୂଆଦିଲ୍ଲୀ: ଆପଣଙ୍କ ଜମା ଖାତା ଯଦି  ଏସ୍‌ବିଆଇରେ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏସ୍‌ବିଆଇର ନୂଆ ବ୍ୟବସ୍ଥାର ପ୍ରଭାବ ସେଭିଂ ଆକାଉଣ୍ଟରୁ ମିଳୁଥିବା ସୁଧ ଉପରେ ପଡ଼ିବ। ଏସ୍‌ବିଆଇ ନିଜର ଡିପୋଜିଟ୍‌ ଓ ଲୋନ୍‌ରେ ସୁଧ ଦରକୁ ଆରବିଆଇ ବେଞ୍ଚମାର୍କ ଦର ସହିତ ଯୋଡ଼ି ଦେଇଛି। ଏମିତିରେ ମଇ ୧ରୁ ଏସ୍‌ବିଆଇର ସେଭିଂ ଆକାଉଣ୍ଟରେ ମିଳୁଥିବା ସୁଧ ହାରରେ ପରିବର୍ତ୍ତନ ହୋଇଯିବ।

ବ୍ୟାଙ୍କ କିଛି ଦିନ ତଳେ ହୋମ ଲୋନ୍‌ରେ ୫ ବେସିସ୍‌ ପଏଣ୍ଟ ହ୍ରାସ କରିଥିଲା। ଏସ୍‌ବିଆଇରେ ମଇ୧ରୁ ୧ଲକ୍ଷରୁ ଅଧିକ ଜମା ଓ ଋଣରେ ସୁଧ ଦରକୁ ରେପୋ ରେଟ ସହିତ ଯୋଡା ଯାଇଛି। ଏସ୍‌ବିଆଇ ଆକାଉଣ୍ଟରେ ମଇ ୧ରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିବା ଉପରେ ୩.୫ ପ୍ରତିଶତ ସୁଧ ମିଳିବ। ଏକ ଲକ୍ଷରୁ ଅଧିକ ବାଲାନ୍ସ ହେବା ଉପରେ ସୁଧ ଦର ୩.୨୫ ପ୍ରତିଶତ ହୋଇଯିବ। ଆପଣଙ୍କୁ ଜଣାଇ ରଖିବାକୁ ଯାଉଛି କି, ଏସ୍‌ବିଆଇ ଏକ ଲକ୍ଷରୁ ଅଧିକ ଧନରାଶି ରଖିଥିବା ଗ୍ରାହକଙ୍କ ଟଙ୍କା କ୍ରେଡିଟ ଓ ଓଭରଡ୍ରାପ୍ଟ ଆକାଉଣ୍ଟକୁ ରେପୋ ରେଟ ସହି ଯୋଡ଼ି ଦିଆଯାଇଛି। ରିଜର୍ବ ବ୍ୟାଙ୍କ ପକ୍ଷରୁ କିଛିଦିନ ତଳେ ରେପା ରେଟରୁ ୨୫ ବେସିସ ପଏଣ୍ଟର ହ୍ରାସ କରାଯାଇଥିଲା। ଏହାପରେ ବ୍ୟାଙ୍କ ଏହି ନୂଆ ବ୍ୟବସ୍ଥା ଲାଗୁ କରିଛି।