ଅପରାହ୍ନ ୪ଟା ସୁଦ୍ଧା ୪୬.୭୨% ମତଦାନ

ଭୁବନେଶ୍ୱର : ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ରାଜ୍ୟରେ ମଙ୍ଗଳବାର ଅପରାହ୍ନ ୪ଟା ସୁଦ୍ଧା ୪୬.୭୨% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ଅପରାହ୍ନ ୩ଟା ସୁଦ୍ଧା ୪୨.୬୭% ମତଦାନ ହୋଇଥିଲା । ପାଲଲହଡାରେ ୪୭ %, ତାଲଚେରରେ ୪୭ %, ଛେଣ୍ଡିପଦାରେ ୪୯ % ଏବଂ ଆଠମଲ୍ଲିକରେ ୩୯% ମତଦାନ ହୋଇଛି । ଅନୁଗୁଳ ଜିଲାରେ ୪୬.୨% ଭୋଟ୍ ଗ୍ରହଣ ହୋଇଛି ।

ସୂଚନାଯୋଗ୍ୟ, ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୪% ମତଦାନ ହୋଇଥିଲା । ଭୁବନେଶ୍ୱରରେ ୨୦% , ପୁରୀରେ ୩୦ % , ଅନୁଗୁଳ ଜିଲାରେ ୩୫ %, ପାଲଲହଡାରେ ୪୨ %, ତାଲଚେରରେ ୩୨ %, ଛେଣ୍ଡିପଦାରେ ୩୬ % ଏବଂ ଆଠମଲ୍ଲିକରେ ୨୮ % ମତଦାନ ହୋଇଥିଲା । ଦିନ ୧୧ଟା ସୁଦ୍ଧା ୧୮ % ଭୋଟ୍ ଗ୍ରହଣ ହୋଇଥିଲା। ସକାଳ ୬ଟା ସୁଦ୍ଧା ଅନୁଗୁଳରେ ୧୦ % , ଛେଣ୍ଡିପଦାରେ ୧୦% , ତାଳଚେରରେ ୧୧% , ଆଠମଲ୍ଲିକରେ ୧୩ % ଓ ପଲଲହଡରେ ୫ % ଭୋଟ ଗ୍ରହଣ ହୋଇଥିଲା । ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିଲା ।