ନିର୍ବନ୍ଧ କଲେ ଡାନ୍ସର ପୁନିତ

ମୁମ୍ବାଇ: ଫେମସ କୋରିଓଗ୍ରାଫର ପୁନିତ ପାଠକଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଯାହାଶୁଣି ଖୁସି ହୋଇଯିବେ ସମସ୍ତେ । କାରଣ ପୁନିତ ନିର୍ବନ୍ଧ କରିସାରିଛନ୍ତି । ଆଉ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଆଜ୍ଞା ହଁ, ସେ ନିଜ ଦୀର୍ଘ ସମୟର ଗାର୍ଲଫ୍ରେଣ୍ଡ ନିଧି ସିଂଙ୍କ ସହ ନିର୍ବନ୍ଧ କରିଛନ୍ତି ।

ସେହିପରି ନିର୍ବନ୍ଧର କିଛି ଫଟୋ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ସେୟାର ମଧ୍ୟ କରିଛନ୍ତି । ଆଉ ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ସବୁଦିନ ଆରମ୍ଭ କରିବା ପାଇଁ।’ ଏହି ଯୋଡି ଦୀର୍ଘ ସମୟରୁ ପରସ୍ପରକୁ ଡେଟ କରିଆସୁଛନ୍ତି । ବର୍ତ୍ତମାନ ଭାଇରାଲ ହେଉଥିବା ଦୁଇଜଣଙ୍କ ନିର୍ବନ୍ଧ ଫଟୋରେ ଶୁଭକାମନା ଦେବା ଆରମ୍ଭ କରିଦେଇଛନ୍ତି ଫ୍ୟାନ୍ସ ।

ପ୍ରକାଶ ଥାଉକି ନିର୍ବନ୍ଧରେ ନିଧି ହଳଦିଆ ଓ ଲାଲ ରଙ୍ଗର ଏଥନିକ ଆଉଟଫିଟ ପିନ୍ଧିଥିବାବେଳେ ପୁନୀତ ଫ୍ଲୋରାଲ ପ୍ରିଣ୍ଟ ଇଣ୍ଡିଆନ ୱିୟର ପିନ୍ଧିଥିବାର ଦେଖାଯାଉଛନ୍ତି ।