କରୋନା ଯୋଦ୍ଧାଙ୍କ ପିଲାମାନଙ୍କ ପାଇଁ ସମ୍ପୂର୍ଣ୍ଣ ସ୍କୁଲ ଦରମା ଛାଡ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ମହାମାରୀ କରୋନା ବେଳେ କୋଭିଡ ଯୋଦ୍ଧାଙ୍କ ପିଲାଙ୍କୁ ସ୍କୁଲ ଫି’ ସମ୍ପୂର୍ଣ୍ଣ ଛାଡ କରାଯାଉଛି । ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋଭିଡ ଯୋଦ୍ଧାଙ୍କ ପିଲାଙ୍କ ସ୍କୁଲ ଫ’ ସମ୍ପୂର୍ଣ୍ଣ ଛାଡ କରାଯାଉ ଏବଂ ବାକି ଛାତ୍ରଛାତ୍ରୀଙ୍କ ୫୦ ପ୍ରତିଶତ ସ୍କୁଲ ଫି’ ଛାଡ କରାଯାଉ । ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସମୟରେ ହଷ୍ଟେଲ ଫି’ ପୁରା ଛାଡ କରିବାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ।

ମହାମାରୀ କରୋନା ଦିନକୁ ଦିନ ଉଗ୍ର ହେଉଛି । ପ୍ରତିଦିନ ହଜାରରେ ଦୁଇ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏପରିସ୍ଥିତିରେ କରୋନା ଯୋଦ୍ଧାମାନେ ଘରକୁ ଯାଇ ନ ପାରି ଦିନ ରାତି କୋଭିଡ ବିରୋଧରେ ଯୋଦ୍ଧା ଜାରି ରଖିଛନ୍ତି । ଏଭଳି ସମୟରେ କରୋନା ଯୋଦ୍ଧାଙ୍କ ପିଲାଙ୍କ ସ୍କୁଲ ଫି’ ଛାଡ କରିବାକୁ କେନ୍ଦ୍ରମନ୍ତ୍ରୀ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।