ଭେଣ୍ଟିଲେଟରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱାସ୍ଥ୍ୟବସ୍ଥା ଖରାପ ରହିଛି । ସେ କୋମାରେ ରହିଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏନେଇ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟର ଆର୍ମି ହସପିଟାଲ ପକ୍ଷରୁ ସୂଚନା ମିଳିଛି ।

ଆର୍ମି ହସପିଟାଲ ପକ୍ଷରୁ କୁହାଯାଇଛି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱାସ୍ଥ୍ୟବସ୍ଥା ପୂର୍ବପରି କୋମାରେ ରହିଛି । ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀ ମଧ୍ୟରେ ରଖାଯାଇଛି ।

ଏହା ସହ ତାଙ୍କୁ ଫୁସଫୁସ ସଂକ୍ରମଣ ଓ କିଡନୀ ରୋଗ କାରଣରୁ ଚିକିତ୍ସା କରାଯାଉଥିବା ବେଳେ ରକ୍ତପ୍ରବାହ ଦୃଷ୍ଟି କୋଣରୁ ସେ ସ୍ଥିର ରହିଥବା ହସପିଟାଲ ପକ୍ଷରୁ କୁହାଯାଇଛି ।

ପୂର୍ବତନ ରାଷ୍ଟ୍ରପତି ମଧ୍ୟ କରୋନାରେ ପଜିଟିଭ ହୋଇଥିବା ବେଳେ ତାଙ୍କର ବ୍ରେନ କ୍ଲଟ ସର୍ଜରୀ କରାଯାଇଥିବା କଥା ଆର୍ମି ହସିପିଟାଲ ପକ୍ଷରୁ ପ୍ରକାଶ କରାଯାଇଛି ।