୬ରେ ବାରାଣାସୀ ଗସ୍ତ କରିବେ ମୋଦୀ

ନୂଆଦିଲ୍ଲୀ: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ପିଏମ ନରେନ୍ଦ୍ର ମୋଦୀ ଆସନ୍ତା ୬ ଜୁଲାଇରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଚକ୍ରୋଶୀ ମାର୍ଗରେ କାଶୀର ବିଭୁତି ଏବଂ ହଜାର ହଜାର ଛାତ୍ରଛାତ୍ରୀଙ୍କ ସହ କାଶୀର ପରମ୍ପାର ଅନୁସାରେ ତୃତୀୟ ପଡୱା ରାମେଶ୍ୱରରେ ବୃକ୍ଷ ରୋପଣ କରିବେ ।

ପିଏମ ମୋଦୀ ବିଜେପିର ସଦସ୍ୟତା ଅଭିଯାନ ସହ ୨୭ ଲକ୍ଷ ବୃକ୍ଷ ରୋପଣ କରିବା ପାଇଁ ଅଭିଯାନ ଆରମ୍ଭ କରିବେ । ଏହି ବୃକ୍ଷ ରୋପଣ କାର‌୍ୟ୍ୟକ୍ରମରେ ପିଏମ ମୋଦୀଙ୍କ ସହ ପ୍ରାୟ ଏକ ହଜାର ଛାତ୍ରଛାତ୍ରୀ ଉପସ୍ଥିତ ରହିବେ । ପ୍ରାୟ ୭୫ କିମି ଲମ୍ୱା ପଞ୍ଚକ୍ରୋଶୀ ଯାତ୍ରା ରାସ୍ତାର ପ୍ରତି ଶହେ ମିଟରରେ ବୃକ୍ଷରୋପଣ କରାଯିବାର କାର‌୍ୟ୍ୟକ୍ରମ ରହିଛି । ଏହାସହ ୟୁପି ବିଜେପି ସହ ପ୍ରଭାରୀ ସୁନିଲ ଓଝାଙ୍କ ନେତୃତ୍ୱରେ ସଦସ୍ୟ ସଂଗ୍ରହ କରାଯିବ । ଅନ୍ୟପଟେ ଶୁକ୍ରବାର ଦିନ ଜିଲ୍ଲାପାଳ ସୁରେନ୍ଦ୍ର ସିଂହ ସଭାସ୍ଥଳ ଏବଂ ହେଲିପ୍ୟାଡ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି ।