ଜୁଲାଇରେ ନିଲାମ ହେବ ୫ରୁ ୧୦ ଖଣି

ଭୁବନେଶ୍ୱର : ଜୁଲାଇ ମାସ ଶେଷ ସୁଦ୍ଧା ୫ରୁ ୧୦ଟି ଖଣି ନିଲାମ ହେବ । ଏହା ସହ ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାକୁ ଯାଉଛି ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି ।

ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି କି, ଜୁଲାଇ ମାସରେ ୫ରୁ ୧୦ଟି ଖଣି ନିଲାମ ହେବ । ୨୦୨୦ ସୁଦ୍ଧା ୨୪ଟି ଖଣି ବନ୍ଦ ହେବାର ଅଛି  । ଶିଳ୍ପ ସଂସ୍ଥାକୁ ଯେମିତି କଞ୍ଚାମାଲର ଅଭାବ ନହେବ ସେଥିପାଇଁ ବ୍ୟବସ୍ଥା କରାଯିବ । ଆମ ପାଖରେ ଏବେ ୩୬ଟି ଖଣି ନିଲାମ ପାଇଁ ପ୍ରସ୍ତୁତ ହୋଇ ରହିଛି । ଜୁଲାଇ ସୁଦ୍ଧା ୩୬ ଭିତରୁ ୫ରୁ ୧୦ଟିକୁ ନିଲାମ କରାଯିବ । କୋଇଲା ରୟାଲିଟି ବୃଦ୍ଧି ପାଇଁ କେନ୍ଦ୍ର ନିକଟରେ ବାରମ୍ବାର ଦାବୀ କରାଯାଉଥିବା ସତ୍ୱେ କେନ୍ଦ୍ର ବଢାଉନି । ଏହା ଦ୍ୱାରା ଓଡିଶା ବିପୁଳ ପରିମାଣରେ ରାଜସ୍ୱ ହରାଉଛି ।