ଜୁନ୍ ୩ରେ ପ୍ରକାଶ ପାଇବ +୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: ଅନେକ ଆଶା ଓ ଆଶଙ୍କା ପରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ। ଜୁନ ୩ ଦିନ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ଭବନରେ ୧୨ଟାରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ । ଚଳିତବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଇଛନ୍ତି । ପରୀକ୍ଷା ଫଳ www.orissaresults.nic.in ଓ www.chseodisha.nic.in ୱେବସାଇଟରେ ଦିନ ୧୨ଟାରୁ ପରୀକ୍ଷା ଉପଲବ୍ଧ ହେବ । ଛାତ୍ରଛାତ୍ରୀମାନେ ନିଜର ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଦେଇ ନିଜର ପରୀକ୍ଷା ଫଳ ପାଇପାରିବେ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଯୁକ୍ତ ଦୁଇ ଖାତା ଦେଖାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୮ରୁ ୨୨ ଓ ଦ୍ୱୀତିୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ମେ ୬ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବାତ୍ୟା ଫନି ପ୍ରଭାବ ଲାଗି ଖାତା ଦେଖାରେ ବହୁ ବିଳମ୍ବ ହୋଇ ଯାଇଥିଲା । ରାଜ୍ୟରେ ହୋଇଥିବା ମୋଟ ୫୮ଟି ମାନୁଆଲ ଓ ୩୬ଟି ଇ ମୂଲ୍ୟାୟନ କେନ୍ଦ୍ରରେ ବାତ୍ୟା ପରବର୍ତ୍ତୀ ଅବହେଳା ଦେଖାଯାଇଥିଲା। ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ବାତ୍ୟା ପରବର୍ତୀ ସମୟରେ ଅନୁପସ୍ଥିତ ରହିଥିଲେ, ସେଥପାଇଁ ଫଳ ବାହାରିବାରେ ବିଳମ୍ବ ହୋଇଥିଲା । ଜୁନ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।