୬ ଲକ୍ଷ ମହିଳା ସୟଂ ସହାୟକ ଗେ।।ଷ୍ଠୀକୁ ସ୍ମାର୍ଟ ଫୋନ ଦେବେ ସରକାର, ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା

ଭୁବନେଶ୍ବର : ରାଜ୍ୟରେ ମିସନ ଶକ୍ତି ଅଧୀନରେ ଥିବା ୬ ଲକ୍ଷରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସଏଚ୍‌ଜି)ଙ୍କୁ ରାଜ୍ୟ ସରକାର ଦେବେ ସ୍ମାର୍ଟଫୋନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ମହିଳା ସଶକ୍ତୀକରଣ ଓ ଉଦ୍ୟମିତା ଉପରେ ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ‌ଯେ ଡିଜିଟାଲ୍ ବିପ୍ଳବରେ ମହିଳାମାନଙ୍କୁ ସାମିଲ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରତି ସ୍ବୟଂ ସହାୟକ ଗୋଷ୍ଠୀକୁ ଗୋଟିଏ ଲେଖାଏଁ ସ୍ମାର୍ଟଫୋନ୍ ପ୍ରଦାନ କରାଯିବ। ଏହା ଜରିଆରେ ‌ସେମାନେ ନିଜ ଉତ୍ପାଦଗୁଡ଼ିକର ମାର୍କେଟିଂ ଠାରୁ ଆରମ୍ଭ କରି ଆହୁରି ବହୁତ କିଛି କାମ କରିପାରିବେ।

ଶିକ୍ଷା କ୍ଷେତ୍ରରେ ଗବେଷଣା ବଢ଼ାଇବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଘୋଷଣା କରିଛନ୍ତି। ଏହାର ନାମ ହେଉଛି ‘ଓଡ଼ିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା’। ଏଥିରେ ପ୍ରତିବର୍ଷ ୧୩୫ ଜଣ ଛାତ୍ରଛାତ୍ରୀଙ୍କୁ ଜୁନିଅର୍ ରିସର୍ଚ ଫେଲୋସିପ୍ (ଜେଆର୍‌ଏଫ୍) ପ୍ରଦାନ କରାଯିବ। ୟୁଜିସି ଅନୁମୋଦିତ ୩୫ଟି ପିଜି ବିଷୟ ପାଇଁ ଏହି ଫେଲୋସିପ୍ ପ୍ରଦାନ କରାଯିବ। ପ୍ରତି ବିଷୟ ପାଇଁ ପାଞ୍ଚଟି ଫେଲୋସିପ୍ ରହିବ ଯେଉଁଥିରୁ ୨ଟି ଛାତ୍ରୀଙ୍କ ପାଇଁ ସଂରକ୍ଷିତ ରଖାଯିବ। ଫେଲୋସିପ୍ ଆକାରରେ ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ଏବଂ ପ୍ରୟୋଗଶାଳା ଭିତ୍ତିକ କାର‌୍ୟ୍ୟ ହୋଇଥିଲେ ବର୍ଷକୁ ୨୫ ହଜାର ଟଙ୍କା ଓ ଅଣପ୍ରୟୋଗଶାଳା କାମ ପାଇଁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ।