NEET ଟପ୍ପର ସୋଏବଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ,ଉଜ୍ଜଳ କ୍ୟାରିୟର ନେଇ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସର୍ବଭାରତୀୟ ମେଡିକାଲ ଏଣ୍ଟ୍ରାନ୍ସ- NEET ଟପ୍ପର ସୋଏବ ଅଫତାବଙ୍କୁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ଏହି ବଡ଼ ସଫଳତା ପାଇଁ ଫୋନ ଯୋଗେ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋଏବଙ୍କୁ ତାଙ୍କର ଉଜ୍ଜଳ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ସୋଏବ ଅଫତାବ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଫୋନ୍ କଲ୍ ପାଇ ବେଶ୍ ଖୁସି ପ୍ରକାଶ କରିବା ସହିତ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଉରକେଲା ନାଲା ରୋଡ୍ ରେ ସୋଏବ ଅଫତାବଙ୍କ ଘର। ଏକ ମଧ୍ୟବିତ୍ତ ପରିବାରର ଏହି ଛାତ୍ର ଜଣକ ନିଜ ଦକ୍ଷତା ପ୍ରତିପାଦନ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।  NEET ପରୀକ୍ଷାରେ ୭୨୦ ରୁ ୭୨୦ ମାର୍କ ରଖି ଶତପ୍ରତିଶତ ସଫଳତା ହାସଲ କରିଛନ୍ତି ।  NEETରେ ଟପ୍ପର ହେବାରେ ସୋଏବ୍ ଓଡ଼ିଶାର ପ୍ରଥମ ଛାତ୍ର ଭାବେ ମାନ୍ୟତା ପାଇଛନ୍ତି ।

odisha chief minister congratulate NEET topper soyab