ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍‌ ବୈଠକରେ ସରକାର ୨୭ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ହସ୍ତଶିଳ୍ପ କ୍ଷେତ୍ରକୁ ସ୍ୱତନ୍ତ୍ର ଭାବେ ପ୍ରାଧାନ୍ୟ ଦିଆଯାଉଛି । ନିଯୁକ୍ତି ସମସ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ ୨୦୨୧ ଘୋଷଣା ହୋଇଛି । ହସ୍ତଶିଳ୍ପ କ୍ଷେତ୍ରରେ ନିଯୁକ୍ତି ହେଲେ ସେହି ବିଭାଗ ଅଧିନରେ ରହି କାର୍ଯ୍ୟ କରିବେ । ପୂର୍ବରୁ ହସ୍ତଶିଳ୍ପ ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସେହି ବିଭାଗ ଅଧିନରେ ଥିଲେ । ସାମାଜିକ ସୁରକ୍ଷା ପାଇଁ ପ୍ରସ୍ତାବକୁ କ୍ୟାବିନେଟରେ ମୋହର ବାଜିଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରର୍ଯ୍ୟାୟକ୍ରମେ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ ହେବ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ପ୍ରକଳ୍ପ ନିର୍ମାଣ ହେବ । ଜିୟଲୋଜିଷ୍ଟ ପୋଷ୍ଟ୍‌ର ବିଭିନ୍ନ ଗ୍ରେଡ୍‌ରେ ଥିବା ଖାଲି ପଦବୀ ଗୁଡ଼ିକୁ ପୂରଣ ପାଇଁ ଅନୁମୋଦନ ମିଳିଛି । ଓଡ଼ିଶା ଭୂତଳ ଜଳ ଭୂବିଜ୍ଞାନ ସେବା ନିୟମ ୨୦୨୦କୁ ମଧ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି ।