ବଢିଲା ନୀରବ ମୋଦୀଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ : ପିଏମବି ଘୋଟାଲା ଏବଂ ବେଆଇନ ଅର୍ଥ କାରବାର ମାମାଲାରେ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଗୁରୁବାର ଲଣ୍ଡନ ଅଦାଲତରେ ଆଗତ କରାଯାଇଛି। ନୀରବ ମୋଦୀଙ୍କ ରିମାଣ୍ଡ ଅବଧି ଜୁନ ୨୭ ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହାର ଆଗାମୀ ଶୁଣାଣି ଜୁଲାଇ ୨୯ ତାରିଖରେ କରାଯିବ।
ନୀରବଙ୍କୁ ଜଜ ଏମା ଆର୍ବିଟାନଟ ଅଦାଲତରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ ଯେ ଚଳିତ ମାସରେ ନୀରବ ମୋଦୀଙ୍କ ୩ୟ ଥର ପାଇଁ ଜାମିନ ଖାରଜ କରାଯାଇଛି।