ମୋଦିଙ୍କ ୨ୟ ଇନିଙ୍ଗରେ ଅମିତ ହୋଇପାରନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ବିଶ୍ୱସ୍ତ ତଥା ବିଜେପି ସଭାପତି ଅମିତ ଶାହା ଏଥର କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତାଙ୍କୁ ଅର୍ଥ ମନ୍ତ୍ରାଳୟ ପରି ଏକ ଅତିଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ଦିଆଯିବାର ସମ୍ଭାବନା ରହିଛି । ମନ୍ତ୍ରୀ ହେବା ପରେ ସେ ବିଜେପି ଅଧ୍ୟକ୍ଷ ପଦ ଛାଡିବାର ସମ୍ଭାବନା ରହିଛି । ବାଜପେୟୀ ସରକାରରେ ବିଜେପି ନେତା ଯଶଓ୍ଵନ୍ତ ସିଂ ଓ ଯଶଓ୍ଵନ୍ତ ସିହ୍ନା ଅର୍ଥମନ୍ତ୍ରୀ ଥିଲେ । ସେହିପରି ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ ।

ଅନ୍ୟପକ୍ଷରେ ପ୍ରଥମ ପାଳି ମୋଦି ସରକାରରେ କେତେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ସମ୍ଭାଳୁଥିବା ମନ୍ତ୍ରୀମାନେ ନିଜର ସ୍ଥାନ ବଜାୟ ରଖିବେ । ସୁଷମା ସ୍ୱରାଜଙ୍କ ପାଖରେ ବିଦେଶ ମନ୍ତ୍ରାଳୟ ଓ ରାଜନାଥଙ୍କ ପାଖରେ ଗୃହ ମନ୍ତ୍ରାଳୟ ଓ ନିର୍ମଳା ସୀତାରମଣଙ୍କ ପାଖରେ ପ୍ରତିରକ୍ଷା ମନ୍ତ୍ରାଳୟ ରହିପାରେ । ସେହିପରି ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପେଟ୍ରୋଲିୟମ ମନ୍ତ୍ରାଳୟ ବଜାୟ ରଖିପାରନ୍ତି ।