ରାଜଧାନୀରେ ହତ୍ୟାକାଣ୍ଡ !ଅଖାରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ବର : ରାଜଧାନୀରେ ହତ୍ୟାକାଣ୍ଡ। ହାତଗୋଡ଼ ବନ୍ଧା ଅବସ୍ଥାରେ ଅଖାରେ ଗୁଡ଼ା ହୋଇଥିବା ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଭୁବନେଶ୍ବର ରେଣ୍ଟାଲ କଲୋନୀ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ। ହତ୍ୟାକାଣ୍ଡ ପରେ ମୃତଦେହକୁ ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ମୃତକ କଣ୍ଟିଲୋ ଅଞ୍ଚଳର ଦିଲ୍ଲୀପ ସାହୁ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଚଳାଇଛି।