ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ସୀତାରମଣଙ୍କ ପାଇଁ ୭ ଚ୍ୟାଲେଞ୍ଜ କଣ ପଢନ୍ତୁ

Sଭୁବନେଶ୍ବର : ଦେଶର ନୂଆ ଅର୍ଥମନ୍ତ୍ରୀ ହୋଇଛନ୍ତି ନିର୍ମଳା ସୀତାରମଣ ।ମୋଦି ସରକାର ଶପଥ ଗ୍ରହଣ କରିବା ପୂର୍ବରୁ ଅରୁଣ ଜେଟ୍‌ଲୀ ଆଉ ମନ୍ତ୍ରୀ ନହେବାକୁ ଘୋଷଣା କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଜେଟ୍‌ଲୀଙ୍କ ଅନୁପସ୍ଥିତିରେ କିଏ ଅର୍ଥମନ୍ତ୍ରୀ ହେବେ ତାକୁ ନେଇ କଳ୍ପନାଜଳ୍ପନା ଚାଲିଥିଲା ।ଆଉ ଏମିତି ସ୍ଥିତିରେ ପରବର୍ତ୍ତୀ ଅର୍ଥମନ୍ତ୍ରୀ ଭାବେ ପୀୟୂଷ ଗୋୟଲଙ୍କ ନାଁକୁ ନେଇ ସବୁଠୁ ବେଶୀ ଚର୍ଚ୍ଚା ହୋଇଥିଲା ।କାରଣ ଅରୁଣ ଜେଟଲୀ ଅସୁସ୍ଥତା ଯୋଗୁଁ ବିଦେଶ ଗସ୍ତରେ ଯାଇଥିବା ବେଳେ ପୀୟୂଷ ଗୋୟଲ କାମଚଳା ବଜେଟ୍‌ ଉପସ୍ଥାପନ କରିଥିଲେ । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନିର୍ମଳା ସୀତାରମଣଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ବ ଦେଇଥିଲେ ମୋଦି ।ଆଉ ସୀତାରମଣ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।ଦେଶର ଅର୍ଥନୀତିକୁ ନେଇ ସୀତାରମଣଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି ।

ମୋଦି ସରକାର ଦ୍ବିତୀୟ ଥର ଶପଥ ଗ୍ରହଣ କରିବା ପରେ ସରକାର ପାଇଁ ସବୁଠୁ ବଡ଼ ପରୀକ୍ଷା ହେବ ଆଗାମୀ ବଜେଟ୍‌ ।ଜୁଲାଇ ୫ରେ ଆସିବ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ।ଦେଶର ଅର୍ଥନୈତିକ ଅବିବୃଦ୍ଧି ହାର କମିଥିବା ବେଳେ ଏହାକୁ ପୁଣି ଟ୍ରାକ୍‌କୁ ଆଣିବା ନୂଆ ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।ବିଶେଷଜ୍ଞଙ୍କ ମତରେ ଆସନ୍ତା ସେପ୍‌ଟେମ୍ବର ପୂର୍ବରୁ ଦେଶର ଆର୍ଥିକ ଅଭିବୃଦ୍ଧି ଜୋର୍‌ ଧରିବାର ସମ୍ଭାବନା ନାହିଁ ।ଏମିତି ସ୍ଥିତିରେ ଅର୍ଥନୀତିକୁ ନେଇ ଏହା ମୋଦି ସରକାରକୁ ଅଡୁଆରେ ପକାଇପାରେ ।

ଜିଏସଟି ସରଳୀକରଣ ନୂଆ ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ଏବେ ଜିଏସଟିରେ ଏକାଧିକ ଟିକସ ହାର ରହିଛି। ଏହାର ସରଳିକରଣ ପାଇଁ ଦାବି ହେଉଛି। ତେଣୁ ନୂଆ ଅର୍ଥମନ୍ତ୍ରୀ ଏଥିରେ କଣ ସୁଧାର ଆଣିବେ ତାରି ଉପରେ ରହିବ ନଜର ।…

କ୍ଷତିରେ ଚାଲିଥିବା ରାଷ୍ଟ୍ରାୟତ୍ତ କମ୍ପାନୀକୁ ଘରୋଇକରଣ କରିବା ।ଏୟାର ଇଣ୍ଡିଆ ଏବଂ ବାକି ପିଏସୟୁର ଘରୋଇକରଣ ।…

ଶ୍ରମ ଆଇନରେ ସଂଶୋଧନ। ନିଯୁକ୍ତି ସୁଯୋଗ ସୃଷ୍ଟିରେ ମାନ୍ଧାତା ଅମଳର ଶ୍ରମ ଆଇନ ଏବେ ବଡ ପ୍ରତିବନ୍ଧକ। ଏଥିରେ ସଂସ୍କାର ଆଣିବା ମୋଦି ସରକାରଙ୍କ ପାଇଁ  ବଡ଼ ଆହ୍ବାନ ।…

ମଲ୍ଟି ବ୍ରାଣ୍ଡ ରିଟେଲ କ୍ଷେତ୍ରରେ ଏଫଡିଆଇକୁ ଅନୁମତି ମଧ୍ୟ ନୂଆ ଅର୍ଥମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିବେଶ ପାଇଁ ଏହି କ୍ଷେତ୍ରରେ ଲାଗିଥିବା କଟକଣାକୁ ହଟାଯିବାନେଇ ନିଷ୍ପତ୍ତି ନେବେ କି ?

ବ୍ୟାଙ୍କିଙ୍ଗ କ୍ଷେତ୍ରରେ ସୁଧାର ଆଣିବା ନୂଆ ଅର୍ଥମନ୍ତ୍ରୀଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । କ୍ଷତିରେ ଚାଲୁଥିବା ବ୍ୟାଙ୍କ ଗୁଡିକର ସମ୍ମିଶ୍ରଣ ନେଇ  ମୋଦି ସରକାର ନିଷ୍ପତ୍ତି ନେବେ କି?

ଜମି ଅଧିଗ୍ରହଣ ନିୟମରେ ସଂଶୋଧନ। ବର୍ତ୍ତମାନ ରହିଥିବା ନିୟମ ବହୁତ ଜଟିଳ ରହିଛି। ବଡ ବଡ ଉଦ୍ୟୋଗ ସ୍ଥାପନାରେ ଏହା ବଡ ସମସ୍ୟା ।…

କର୍ପୋରେଟ ଟିକସକୁ ୨୫ ପ୍ରତିଶତରୁ କମ୍ କରିବା। ମୋଦି ସରକାର ପ୍ରଥମ ପାଳିରେ କର୍ପୋରେଟ ଟିକସ କମାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଯାଏ ତାହା ପୂରଣ ହୋଇନି ।…

ଏହିସବୁ ଚ୍ୟାଲେଞ୍ଜକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେମିତି ମୁକାବିଲା କରୁଛନ୍ତି ତା ଉପରେ ସାରା ଦେଶର ନଜର ରହିବ ।