ଟାଣି ନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ମଣ୍ଡପଡା ଗାଁରେ କୁମ୍ଭୀର ଆତଙ୍କ । ଗାଧୋଉଥିବାବେଳେ ଜଣେ ଯୁବକଙ୍କୁ ଟାଣିନେଇଛି କୁମ୍ଭୀର । ଆଜି ସକାଳୁ ଗାଁ ନିକଟ ବ୍ରାହ୍ମଣୀ ନଦୀ ପ୍ରଧାନସାହି କୂଳକୁ ସଞ୍ଜୟ ପ୍ରଧାନ ଗାଧୋଇବା ପାଇଁ ଯାଇଥିବାବେଳେ କୁମ୍ଭୀର ପାଣି ଭିତରକୁ ଟାଣିନେଇଛି । ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ସଞ୍ଜୟଙ୍କୁ ଗାଁ ଲୋକ ଖୋଜାଖୋଜି କରୁଥିବାବେଳେ ତାଙ୍କର ଏ ଯାଏ ପତ୍ତା ମିଳିନି