୨୩ରୁ ଭୁବନେଶ୍ୱରରୁ ପିପିଲିକୁ ମୋ ବସ୍‌ ସେବା

ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ଅର୍ଥାତ ଜୁନ୍ ୨୩ରେ ଭୁବନେଶ୍ୱର ରେଲୱେ ଷ୍ଟେସନରୁ ପିପିଲିକୁ ଗଡ଼ିବ ମୋ ବସ୍ । ଏହି ରୁଟ୍‌ର ବ୍ୟବଧାନ ୨୪.୮ କି.ମି. । ପୂର୍ବରୁ ପିପିଲିକୁ ସିଟି ବସ ଚଲାଇବା ନିମନ୍ତେ ସ୍ଥାନୀୟ ଲୋକମାନେ ଦାବି କରିଆସିଛନ୍ତି । ଏହି ଅନୁରୋଧକୁ ରକ୍ଷାକରିବାକୁ ଯାଇ ଓ ଜନସାଧାରଣଙ୍କ ଯାତାୟତର ସୁବିଧା ପାଇଁ ଏହି ରୁଟରେ ମୋ ବସ ସେବା ଆରମ୍ଭ କରିବାକୁ ସ୍ଥିର କଲୁ ବୋଲି କହିଛନ୍ତି ପ୍ରବନ୍ଧକ ଦିପ୍ତି ମହାପାତ୍ର ।

ସର୍ବମୋଟ ୪ଟି ବସ ପ୍ରତ୍ୟେକ ଦିନ ୩୩ଟି ବସଷ୍ଟପ୍ ମଧ୍ୟ ଦେଇ ଯାତ୍ରା କରିବ । ପ୍ରଥମ ବସ ଭୁବନେଶ୍ୱର ରେଳ ଷ୍ଟେସନରୁ ସକାଳ ୭ଟାରେ ବାହାରିବ ଓ ଶେଷ ବସ୍ ସଂଧ୍ୟା ୫.୫୦ ରେ ପିପିଲି ଅଭିମୁଖେ ଯାତ୍ରା କରିବ । ଠିକ୍ ସେହିପରି ପିପିଲିରୁ ପ୍ରଥମ ବସ୍ ସକାଳ ୭.୪୫ ଏବଂ ଶେଷ ବସ୍ ସଂଧ୍ୟା ୭ଟାରେ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ବାହାରିବ । ୨୩ ତାରିଖରେ ସେବାର ପ୍ରଥମ ଦିନରେ ମାତ୍ର ଗୋଟିଏ ବସ ଚାଲିବ ବୋଲି ଶ୍ରୀମତି ମହାପାତ୍ର ଜଣାଇଛନ୍ତି ।