୩ ସେନାକୁ ୫୦୦ କୋଟି ଟଙ୍କାର ଏମେରଜେନ୍ସି ଫଣ୍ଡ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଉଗ୍ର ହେବାରେ ଲାଗିଛି । ଏହାକୁ ଦେଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ରବିବାର ନେଇଛନ୍ତି । ନରେନ୍ଦ୍ର ମୋଦି ସରକାର ୩ ସେନାକୁ ଅସ୍ତ୍ରଶସ୍ତ୍ର କିଣିବା ଏବଂ ଯୁଦ୍ଧ ପ୍ରସ୍ତୁତି ପାଇଁ ୫୦୦ କୋଟି ଟଙ୍କାର ଏମେରଜେନ୍ସି ଫଣ୍ଡ ଜାରି କରିଛନ୍ତି । ଜରୁରୀକାଳୀନ ଆବଶ୍ୟକତା ପକ୍ରିୟା ଅନୁସାରେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ୩ ସେନାର ଆର୍ଥିକ ଅଧିକାର ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଚୀନକୁ ଲାଗିଥିବା ୩,୫୦୦ କିଲୋମିଟର ଲମ୍ବା ଏଲଏସିରେ ମୁତୟନ ସଶସ୍ତ୍ର ବଳ ଚୀନର ବର୍ବରତାପୂର୍ଣ୍ଣ ଆକ୍ରମଣର କଡା ଜବାବ୍ ଦେଇଥିଲା ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସେନାର ଶୀର୍ଷ ଅଧିକାରଙ୍କ ସହ ଲଦାଖ ସ୍ଥିତି ଉପରେ ରବିବାର ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି । ବୈଠକରେ ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ, ସେନା ମୁଖ୍ୟ ଜେନେରାଲ ଏମଏମ ନରବଣେ, ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଆରକେ ଏସ୍ ଭଦୋରିଆ ଉପସ୍ଥିତ ଥିଲେ ।