ଭୁବନେଶ୍ୱର : ଓଡ଼ିଶାରେ ପ୍ରତିଷ୍ଠା ହେବ ୫୦୦ କମ୍ପ୍ରେସଡ୍ ବାୟୋଗ୍ୟାସ୍ (ସିବିଜି) ପଣ୍ଟ ଏଥିପାଇଁ ପ୍ରାୟ ୧୦ହଜାର କୋଟି ଟଙ୍କା ବିନିଯୋଗ ହେବ ବୋଲି ଇଣ୍ଡିଆନ ଅଏଲ୍ର ସିଜିଏମ୍ ପ୍ରୀତିଶ ଭରତ କହିଛନ୍ତି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଭରତ କହିଛନ୍ତି, ବାୟୋଗ୍ୟାସ୍ ପ୍ଲାଣ୍ଟ ଗୋବର, ମ୍ୟୁନିସପାଲ୍ ବର୍ଜ୍ୟ ଓ କୃଷି ବର୍ଜ୍ୟରୁ ପ୍ରସ୍ତୁତ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧୦୦ଟି ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଫଳରେ ୫୦୦ ପ୍ଲାଣ୍ଟ ୍ରତିଷ୍ଠା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ଗୋଟିଏ ସିବିଜ ପ୍ଲାଣ୍ଟପ୍ରତିଷ୍ଠା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଫଳରେ ୫୦୦ ପ୍ଲାଣ୍ଟ ଆଗାମୀ ଦିନରେ ଓଡ଼ିଶାରେ ୧୦ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ସମ୍ଭାବନା ରହିଛି । ସଷ୍ଟେନେବୁଲ୍ ଅଲଟରନେଟିଭ ଟୁଆର୍ଡସ୍ ଆଫର୍ଡେବୁଲ ଟ୍ରାନସ୍ପର୍ଟେସନ୍ (ଏସ୍ଏଟିଏଟି) ପାଇଁ ଅଂଶୀଦାରମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ତିନି ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଆଗାମୀ୧୬ରେ ଭୁବନେଶ୍ୱରରେ ଏକ ରୋଡ ସୋ’ର ଆୟୋଜନ କରାଯିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଆଇଓସିଏଲ, ବିପିସିଏଲ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ଶ୍ରୀ ଭରତ କହିଛନ୍ତି । ଏସ୍ଏଟିଏଟିର ମୁଖ୍ୟ ଉଦ୍ଦେଶ୍ୟ ହେଲା ପରିବହନ ପାଇଁ କମ୍ ମୂଲ୍ୟରେ ଇନ୍ଧନ ଉପଲବ୍ଧ କରାଇବା ସହିତ କୃଷି ବର୍ଜ୍ୟ, ଗୋବର ଓ ସହରାଞ୍ଚଳର କଠିନ ବର୍ଜ୍ୟର ବ୍ୟବହାର ଦ୍ୱାରା ଚାଷୀମାନଙ୍କ ପାଇଁ ଅତିରିକ୍ତ ଆୟର ମାଧ୍ୟମ ପ୍ରଦାନ କରିବା ।
ତୈଳ କମ୍ପାନୀଗୁଡ଼ିକ ଉଦ୍ୟୋଗୀମାନଙ୍କ ଠାରୁ କମ୍ପ୍ରେସ୍ଡ ବାୟୋଗ୍ୟାସ କ୍ରୟ କରି ଏହାକୁ ଅଟୋମେଟିଭ୍ ଇନ୍ଧନ ଭାବେ ବଜାରରେ ଉପଲବ୍ଧ କରାଇବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଏଥିପାଇଁ ଏକ୍ସପ୍ରେସନ ଅଫ୍ ଇଣ୍ଟରେଷ୍ଟ (ଇଓଆଇ) ଆହ୍ୱାନ କରାଯାଉଛି । ସମଗ୍ର ଦେଶରେ ୫ ହଜାର ସିବିଜ ପ୍ଲାଣ୍ଟସ୍ଥାପନ କରି ୨୦୨୩ ସୁଦ୍ଧା ୧୫ ନିୟୂତ ଟନ୍ ବାର୍ଷିକ ସିବିଜି ଉତ୍ପାଦନର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଭାରତ କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ବିପିସିଏଲ୍ ରିଟେଲ୍ ରାଜ୍ୟ ମୁଖ୍ୟ ଦେବାଶିଷ ପାଲିତ, ଏଚ୍ପିସିଏଲ୍ ରିଟେଲ ଡିଜିଏମ୍ ଅଭୟଙ୍କର ଦାଶ, ଆଇଓସିଏଲ୍ କର୍ପୋରେଟ କମ୍ୟୁନିକେସନ୍ ଅଧିକାରୀ ଶ୍ରୀନିବାସ ପାତ୍ର ଓ ମ୍ୟାନେଜର ସଷ୍ଟେନେବୁଲ୍ ଡେଭେଲପ୍ମେଣ୍ଟଶ୍ରୀଜିତ୍ ବାସୁ ଉପସ୍ଥିତ ଥିଲେ ।