ଆଜି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି -ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ]: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଗାନ୍ଧୀ ଓ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟରରେ ଲେଖିଛନ୍ତି ଗାନ୍ଧୀ ଜୟନ୍ତୀ ଅବସରରେ ଜାତିର ପିତାଙ୍କୁ ଦେଶବାସୀଙ୍କ ତରଫରୁ ଶ୍ରଦ୍ଧା-ସୁମନ ଅର୍ପଣ କରୁଛି । ସତ୍ୟ, ଅହିଂସା ଓ ପ୍ରେମର ତାଙ୍କର ବାର୍ତ୍ତା ସମାଜରେ ପ୍ରେରଣ କରି ବିଶ୍ୱର କଲ୍ୟାଣ ରାସ୍ତା ପ୍ରଶସ୍ତ ହେଉ । ଗାନ୍ଧିଜୀ ସଂପୂର୍ଣ୍ଣ ମାନବତାର ପ୍ରେରଣା-ସ୍ରୋତ ।

ଗାନ୍ଧୀ ଜୟନ୍ତୀ ଅବସରରେ ପୁଣି ଥରେ ସଂକଳ୍ପ ନେବା ଯେ, ଆମେ ସତ୍ୟ ଓ ଅହିଂସା ମାର୍ଗକୁ ଅନୁସରଣ କରି ରାଷ୍ଟ୍ରର କଲ୍ୟାଣ ଓ ପ୍ରଗତି ଲାଗି ସବୁବେଳେ ସମର୍ପିତ ରହିବା । ଏଥି ସହିତ ଏକ ସ୍ୱଚ୍ଛ ଓ ସଶକ୍ତ ଭାରତ ନିର୍ମାଣ କରି ଗାନ୍ଧିଜୀଙ୍କ ସ୍ୱପ୍ନକୁ ପୂରା କରିବା । ରାମନାଥ କୋବିନ୍ଦ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ମନେ ପକାଇଛନ୍ତି । ଭାରତ ମାତାର ସୁଯୋଗ୍ୟ ସନ୍ତାନ ଶାସ୍ତ୍ରୀ ଅଦ୍ଭୁତପୂର୍ଣ୍ଣ ସମର୍ପଣ ଓ ସତ୍ୟନିଷ୍ଠା ସହିତ ଦେଶ ସେବା କରିଛନ୍ତି । ସବୁଜ ବିପ୍ଲବକୁ ଆଗକୁ ନେଇଛନ୍ତି । ଦେଶବାସୀ ତାଙ୍କୁ ଶ୍ରଦ୍ଧା ପୂର୍ବକ ମନେ ପକାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିର ପିତା ମହାତ୍ମା ଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କୁ ମନେ କରିଛନ୍ତି ।

ଗାନ୍ଧିଜୀଙ୍କ ଜୀବନରୁ ଆମକୁ ବହୁ ଶିଖିବାର ଅଛି ବୋଲି ପ୍ରଧାନମନ୍ତ୍ରୀ ଟୁଇଟରେ କହିଛନ୍ତି । ଆମକୁ ଭଲ ରାସ୍ତା ଦେଖାଇବାରେ ବାପୁଙ୍କ ଭୂମିକା ସବୁ ବେଳେ ସ୍ମରଣୀୟ । ଶାସ୍ତ୍ରୀ ଦେଶର କଲ୍ୟାଣ ପାଇଁ ନିଜ ଜୀବନକୁ ସମର୍ପିତ କରିଥିଲେ ।