ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ଆଜି ଦେଶ ପାଳୁଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ। କୋରୋନା କାଳରେ ଅଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଏହାକୁ ବିଭିନ୍ନ ସ୍ଥାନରେ ନିରାଡମ୍ବରରେ ମନାଯାଉଛି। ତେବେ ଗାନ୍ଧୀ ଜୟନ୍ତୀରେ ବାପୁଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଗାନ୍ଧୀ ଜୟନ୍ତୀରେ ଶାନ୍ତି ଏବଂ ଅହିଂସାର ସର୍ବଶ୍ରେଷ୍ଠ ପ୍ରେରିତଙ୍କୁ ନମ୍ର ଶ୍ରଦ୍ଧାଞ୍ଜଳି। ଅହିଂସା ଆଇକନର ଅମର ଆଦର୍ଶ ଜାତି, ଧର୍ମ ଏବଂ ଦେଶର ସୀମା ଅତିକ୍ରମ କରୁ । ଗାନ୍ଧୀ ଆମର ମାର୍ଗଦର୍ଶକ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି।