ଟ୍ରମ୍ପ ଦମ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ମୋଦି

ନୂଆଦିଲ୍ଲୀ: କୋରୋନାରେ ଆକ୍ରାନ୍ତ ଆମେରିକା ରାଷ୍ଟ୍ରପତି ଦମ୍ପତିଙ୍କ ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୁଇଟ କରି ଶୀଘ୍ର ସୁସ୍ଥ ହେବା ପାଇଁ କାମନା କଲେ ମୋଦି ।

କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟୁଇଟ ‌ କରି ନିଜେ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ କୋରୋନା ପଜିଟିଭ୍‌ ଥିବା ଜଣାଇଥିଲେ । ଏହାପରେ ମୋଦି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଥାଉକି, ହ୍ୱାଇଟ ହାଉସର ପରାମର୍ଶଦାତା ହୋପ ହ୍ବିକ୍ସ ମଧ୍ୟ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ଟ୍ରମ୍ପ ଟୁଇଟ କରି ଜଣାଇଥିଲେ । ପରେ ସେ ଓ ତାଙ୍କ ପତ୍ନୀ ପଜିଟିଭ୍‌ ଥିବା ଜଣାଇଥିଲେ । ତେବେ ଦୁହେଁ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାଇଛନ୍ତି ।