ଆସୁଛି ଝଡ ବର୍ଷା, ସତର୍କତା ଜାରି କଲେ ରାଜ୍ୟ ସରକାର,୧୬ ଏବଂ ୧୭ରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଧିରେ ଧିରେ ଘନୀଭୁତ ହେଉଛି। ଧିରେ ଧିରେ ଏହା ସିଭୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ। ଏହି ଲଘୁଚାପ ୧୨ ଘଣ୍ଟା ମଧ୍ୟରେ ଡିପ୍  ଡିପ୍ରେସନର ରୂପ ନେବ। ୧୪ ତାରିଖରେ ଏହା ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇ ଉପକୂଳ ମୁହାଁ ହେବ। ଏବଂ ୧୫ ଏବଂ ୧୬ ତାରିଖରେ ଏହା ସିଭୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ।  ଯଦିଓ ଏହା କେଉଁଠାରେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ ତେବେ ଏହା ଆନ୍ଧ୍ରପ୍ରଦେଶ ତାମିଲନାଡୁ ଅଭିମୁଖେ ଅଗ୍ରସର ହେଉଛି।  ୧୬ ତାରିଖରେ ପବନର ବେଗ ଶହେ କିଲୋମିଟର ପାଖାପାଖି ରହିବ ଏବଂ ପ୍ରବଳ ବର୍ଷା ରହିବ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟକୁ ନେଇ ରାଜ୍ୟ ପାଗ ସତର୍କ ସୂଚନା ଜାରି କରିଛନ୍ତି।

୧୬ ଏବଂ ୧୭ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ତେଣୁ ଚାଷୀମାନେ ଏହା ପୂର୍ବରୁ ସତର୍କ ରହିବା ଲାଗି ପରାମର୍ଶ ଦିଆଯାଇଛି। ଯେହେତୁ ଧାନକଟା ଆରମ୍ଭ ହୋଇଯାଇଛି ବା କିଛି ସ୍ଥାନରେ ପାଚିଲା ଧାନ ଏବେବି ଧାନ କ୍ଷେତରେ ରହିଛି। ତେଣୁ ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ମଣ୍ଡିରେ ପଡ଼ି ରହିଥିବା ଧାନର ସୁରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ଓୟୁଏଟି ପକ୍ଷରୁ ଜାରି କରାଯାଇଥିବା ପରାମର୍ଶ ଅନୁଯାୟୀ ଚାଷୀମାନେ କଟା ଯାଇଥିବା ଧାନକୁ ତୁରନ୍ତ କାଟି ନେଇ ସୁରକ୍ଷିତ ସ୍ଥାନରେ ରଖନ୍ତୁ। କଟା ଯାଇ ଜମିରେ ଶୁଖାଯାଇଥିବା ଧାନ କଳେଇ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ।  ଶୁଖିଯାଇଥିବା ଧାନକୁ ବେଙ୍ଗଳା କରି ଅମଳ କରିନିଅନ୍ତୁ। ଖଳାରେ ପଡ଼ିଥିବା ଧାନକୁ ପାଲ ଘୋଡ଼ାଇ ଦିଅନ୍ତୁ । ସେହିପରିତଳି ପଡ଼ିଯାଇଥିବା ଧାନ ଜମିରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ। ବର୍ଷା ପୂର୍ବରୁ ତଳି ପକାନ୍ତୁ ନାହିଁ।

ବୁଣାଯାଇଥିବା ମୁଗ ବିରି ବୁଟ  ମଟର କୋଳତ ଆଦି ଡାଲି ଜାତୀୟ ଫସରୁ ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ। ସେହିପରି ପନି ପରିବା ଜମିରେ ପାଣି ଜମି ରହିବାକୁ ଦିଅନ୍ତୁ ନାହିଂ। ରଞ୍ଜାରେ ମାଡ଼ିଥିବା ଲଟା ଜାତୀୟ ପନିପରିବାକୁ ବାନ୍ଧି ନିଅନ୍ତୁ।  ବର୍ଷା ପରେ ପୋକ ଲାଗିବାର ଆଶଙ୍କା ଥିବାରୁ  ଏହାର ନିରାକରଣ ପାଇଁ ସତର୍କ ରୁହନ୍ତୁ