ରୋଜଭ୍ୟାଲି ଚିଟ୍ ଫଣ୍ଡ କମ୍ପାନୀର କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରାଇବାକୁ କୋର୍ଟଙ୍କ ନିର୍ଦେଶ

ଭୁବନେଶ୍ବର  :  ଚିଟଫଣ୍ଡ ଜମାକାରୀଙ୍କ ପାଇଁ ଖୁସି ଖବର । ରୋଜଭ୍ୟାଲି ଚିଟ୍ ଫଣ୍ଡ କମ୍ପାନୀ ଦ୍ବାରା ଠକେଇର ଶିକାର ହୋଇଥିବା ୨ ଲକ୍ଷ ୩୮ହଜାର ୪୭୭ କ୍ଷୁଦ୍ର ଜମାକାରୀଙ୍କୁ ତୁରନ୍ତ ଫେରାଯିବ ଟଙ୍କା ।  ଆଜି ଏନେଇ ସ୍ବତନ୍ତ୍ର ଚିଟ୍ ଫଣ୍ଡ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । । କମ୍ପାନୀ ଠାରୁ ଜବତ ହୋଇଥିବା ୯୨ କୋଟି ୮ଲକ୍ଷ ଟଙ୍କାକୁ କମାକାରୀଙ୍କ ମଧ୍ୟରେ ତୁରନ୍ତ ବାଣ୍ଟିବା ଲାଗି ପ୍ରାଧିକୃତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ଚିଟ୍ ଫଣ୍ଡ ଆଦାଲତ । ପ୍ରଥମେ କ୍ଷୁଦ୍ର ଜମାକାରୀଙ୍କୁ ଅଗ୍ରାଧିକାର ଦିଆଯିବ । ଯେଉଁମାନେ ୭ ହଜାରରୁ କମ୍  ଅର୍ଥରାଶି ଜମା ରଖିଥିଲେ ସେମାନଙ୍କୁ ସମ୍ପୁର୍ଣ୍ଣ ଅର୍ଥରାଶି ଫେରସ୍ତ କାରଯିବ । ଯେଉଁମାନଙ୍କର ୭ ହଜାର ରୁ ୧୦ ହଜାର ପର୍ଯ୍ୟନ୍ତ ଜମାରାଶି ରହିଛି ସେମାନଙ୍କୁ ୭ ହଜାର ସହ ବଳକା ଅର୍ଥରାଶିର ୫୨ ପ୍ରତିଶତ ପ୍ରଥମ ପର୍ଯ୍ୟାୟରେ ଫେରସ୍ତ କରିବାକୁ କୋର୍ଟ୍ କହିଛନ୍ତି । ସମସ୍ତ ଫେରସ୍ତ ରାଶି ଅନଲାଇନ୍ ରେ ଜମାକାରୀମାନଙ୍କ ବ୍ୟାଙ୍କ ଖାତାକୁ ପଠାଇବେ ପ୍ରାଧିକୃତ ଅଧିକାରୀ ।  ଅର୍ଥ ବିଭାଗର ନିର୍ଦ୍ଦେଶ ଅନୁସାରେ ସରକାରୀ କର୍ମଚାରୀମାନେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଡାଡାବେସ୍  ପ୍ରସ୍ତୁତ କରିଛନ୍ତି ।