ଗରିବ ବିଜୁଳି ଗ୍ରାହକଙ୍କୁ ଆଶ୍ବସ୍ତ : ବିଜୁଳି ବିଲ୍ ବାକି ରଖିଥିବା ଥିଲା ବାଲାଙ୍କର କଟିବ ଲାଇନ- ସେସୁ

ଭୁବନେଶ୍ବର : ସବୁ ଗାଁରୁ ନୁହେଁ କେବଳ ବକେୟା ବିଜୁଳି ବିଲ୍ ଦେଇ ନଥିବା ଥିଲା ବାଲାଙ୍କ ଘରୁ କଟିବ ବିଜୁଳି ସଂଯୋଗ ୧୬ରୁ ବିଜୁଳି କାଟିବା ନେଇ ଏମିତି ସ୍ପଷ୍ଟ କରିଛି ସେସୁ । ଗତ ୯ ତାରିଖରେ ସେସୁ ସିଇଓ ସୂଚନା ଦେଇଥିଲେ ୧୫ ତାରିଖରୁ ବିଲ୍‌ ପୈଠ ନକଲେ ଲାଇନ କାଟିଦିଆଯିବ। ୧୧ ହଜାର ଗାଁରୁ ବିଜୁଳି କାଟାଯିବ। ହେଲେ ଏହାକୁ ବିରୋଧ ପରେ ଆଜି ସେସୁ ଗଣ ମାଧ୍ୟମରେ ଏହି ସୂଚନା ଦେଇଛି। ସେସୁ ସ୍ପଷ୍ଟ କରିଛି ଯେ ୧୬ ତାରିଖରୁ ଲାଇନ ନିଶ୍ଚୟ. କଟାଯିବ।  ଏଥିପାଇଁ ୪୧୩ଟି ସ୍କାର୍ଡ ୯ ଜିଲ୍ଲାରେ କାମ କରିବେ । ତେବେ ପ୍ରଥମେ କମର୍ସିଆଲ ଉପଭୋକ୍ତା ଓ ଯେଉଁ ଘରୋଇ ଉପଭୋକ୍ତାଙ୍କ କ୍ଷମତା ଅଛି ବିଲ ଦେବାକୁ, ହେଲେ ବିଲ ପେମେଣ୍ଟ କରୁନାହାନ୍ତି ସେମାନଙ୍କ ବିଦ୍ୟୁତ କାଟ ହେବ । ସାରା ଗାଁରେ ବିଦ୍ୟୁତ କାଟ ହେବନି । ଯେଉଁ ଘର ସବୁ ବିଲ୍ ଦେଇନଥିବେ ସେମାନଙ୍କର ହିଁ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ସେସୁ କମର୍ସର ସିନିୟର ଜେନେରାଲ ମ୍ୟାନେଜର ମନୋଜ ସିଂ ସ୍ପଷ୍ଟ କରିଦେଇଛନ୍ତି । ।