ନାବାଳକ ଗାଡି ଚଲାଇ ଜରିମାନା ଦେଲେ ୨୬ ହଜାର

ବାରଙ୍ଗ: ଜଣେ ନାବାଳକ ଗାଡି ଚଳାଇ ଜରିମାନା ଦେଲେ ୨୬ ହଜାର ଟଙ୍କା । ଆଜି ବାରଙ୍ଗ ରୋଡ୍‌ରେ ଜଣେ ନାବାଳକ ବିନା ହେଲ୍‌ମେଟ୍‌ରେ ସ୍କୁଟି ଚଳାଇ ଯାଉଥିଲେ। ଏହା ଦେଖି ଆର୍‌ଟିଓ ଅଧିକାରୀମାନେ ତାକୁ ଅଟକାଇ ଗାଡ଼ି କାଗଜପତ୍ର ଯାଂଚ କରିଥିଲେ। ଗାଡି ଚାଳକ ନାବାଳକ ବୋଲି ଯାଂଚ ବେଳେ ଜଣାପଡ଼ିଥିଲା। ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବାରୁ ୧୦୦୦ ଟଙ୍କା ଜରିମାନା ଓ ଲାଇସେନ୍ସ ନଥିବାରୁ ୨୫,୦୦୦ ଟଙ୍କା ଜୋରିମାନା କରିଛନ୍ତି କଟକ ଆଡିସିନାଲ୍‌ ଆର୍‌ଟିଓ। ଏଥିସହ ଗାଡ଼ିକୁ ଜବତ କରି ନାବାଳକଙ୍କ ପରିବାର ଲୋକଙ୍କ ସୂଚନା ଦିଆଯାଇଥିବା ଆର୍‌ଟିଓ ପକ୍ଷରୁ ସୂଚନା ଦିଆଯାଇଛି।