ଅର୍ଥନୀତିରେ ୩ଙ୍କୁ ନୋବେଲ: ତାଲିକାରେ ଜଣେ ଭାରତୀୟ

ଓସ୍ଲୋ:ଭାରତରେ ଜନ୍ମିତ ଅଭିଜିତ ବାନାର୍ଜୀ ଓ ତାଙ୍କ ପତ୍ନୀ ଏସ୍ତର ଡଫ୍ଲୋଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏହା ବ୍ୟତୀତ ଏହି ବର୍ଗରେ ମାଇକେଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି। ତିନି ଅର୍ଥଶାସ୍ତ୍ରୀଙ୍କୁ ବିଶ୍ଵରୁ ଦାରିଦ୍ର୍ୟର ଦୂରିକରଣ ପାଇଁ ପ୍ରୟାସ ହେତୁ ସମ୍ମାନିତ କରାଯାଉଛି। ଅର୍ଥନୀତିରେ ଏହି ସମ୍ମାନ ପାଇବାରେ ଅଭିଜିତ ବାନାର୍ଜୀ ଭାରତୀୟ ଜନ୍ମିତ ଆମେରିକା ନାଗରିକ ଅଟନ୍ତି। 

ବର୍ତ୍ତମାନ ସେ ଆମେରିକାର ମେସାଚୁସେଟସ୍ ଇନଷ୍ଟିଚ୍ୟୁୟଟ ଅଫ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି। ସେ ଏବଂ ତାଙ୍କ ପତ୍ନୀ ଡଫ୍ଲୋ ଅବଦୁଲ ଲତିଫ ଜମିଲ ପଭର୍ଟି ଆକ୍ସନ ଲ୍ୟାବରେ ସହ ସଂସ୍ଥାପକ ଅଛନ୍ତି। ବାନାର୍ଜୀ ୧୯୮୧ରେ କୋଲକାତା ୟୁନିଭର୍ସିଟିରୁ ବିଏସସି, ୧୯୮୩ରେ ଜବାହର ଲାଲ ନେହେରୁ ୟୁନିଭର୍ସିଟିରେ ବିଏସସିରେ ଏମଏ କରିଥିଲେ। ଏହା ପରେ ସେ ହାଭାର୍ଡ ୟୁନିଭର୍ସିଟିରୁ ୧୯୮୮ରେ ପିଏଚଡି ହାସଲ କରିଥିଲେ। ୧୯୬୧ ଫେବୃଆରୀ ୨୧ରେ ଅଭିଜିତ କୋଲକାତାରେ ଜନ୍ମ ଗ୍ରହଣ କରିଥିଲେ। 

ନୋବେଲ କମିଟି ନିଜ ବୟାନରେ କହିଛି ଯେ, ତାଙ୍କର ଗବେଷଣା ଦାଦିଦ୍ର୍ୟେ ଦୂରିକରଣରେ ସହାୟକ ହେବ। ଗତ ଦୁଇ ଦଶନ୍ଧିରେ ତାଙ୍କର ପ୍ରୟୋଗ ଆଧାରିତ ପ୍ରସ୍ତାବରୁ ଡେଭଲପମେଣ୍ଟ ଇକୋନୋମିକ୍ସରେ ବଡ଼ ପରିବର୍ତ୍ତନ ଆସିଛି। ଏଥିରେ ଗବେଷଣା କ୍ଷେତ୍ରରେ ନୂତନ ପ୍ରଗତି ଆସିଛି।