ଝାରସଗୁଡାରେ ବନ୍ଧୁକ ଦେଖାଇ ଦିନ ଦ୍ବିପହରେ ଟଙ୍କା ସୁନା ଲୁଟ 

ଝାରସଗୁଡା  : ବନ୍ଧୁକ ଦେଖାଇ ଦିନ ଦ୍ବିପହରେ ଲୁଟ ।   ନଗଦ ଅର୍ଥ ସହ ସୁନାଗହଣା ଲୁଟ୍ । ଝାରସୁଗୁଡା ବାଗଡିହିର ପେଟ୍ରୋଲ ପମ୍ପ ମାଲିକ ମୋହନ ବାଧାନଙ୍କ ବଗଡିହିସ୍ଥିତ ଘରେ କଳା କନା ବୁଲାଇ ଦେଇଛନ୍ତି ଲୁଟେରା। ନଗଦ  ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହ ୨ ଲକ୍ଷରୁ ଉର୍ଦ୍ଧ୍ବ  ମୂଲ୍ୟର ସୁନା ଗହଣା ଲୁଟିନେଇଛନ୍ତି ୬ ଦୁର୍ବୃତ୍ତ । ଘରେ କେବଳ ମୋହନ ବାଧାନଙ୍କ ବୃଦ୍ଧ ବାପ- ମାଆ ଥିବା ବେଳେ ଲୁଟେରା ମାନେ ସେମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଲୁଟପାଟ କରି ଖସି ଯାଇଛନ୍ତି । ଖବରପାଇ ଲଇକେରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।