ଜିଏସ୍ଟି ମଧ୍ୟରାତ୍ର ଉତ୍ସବରେ ଯୋଗ ଦେବେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା

ଭୁବନେଶ୍ବର:ଜିଏସ୍ଟି ଲାଗୁ ନେଇ କେନ୍ଦ୍ର ସରକାର ଆୟୋଜନ କରୁଥିବା ମଧ୍ୟରାତ୍ର ଉତ୍ସବରେ ଯୋଗ ଦେବେ ରାଜ୍ୟ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା । ତାଙ୍କ ସହ ରାଜ୍ୟ ଅର୍ଥ ସଚିବ ଓ ମଧ୍ୟ ଉପସ୍ଥିତ ରହିବ ।ଏହା ସହ ହସ୍ତତନ୍ତ ହସ୍ତଶିଳ୍ପ, ପଥର କାମ, ଟେରାକୋଟାକୁ ଜିଏସ୍ଟି ପରିସରଭୁକ୍ତ ନକରିବାକୁ ରାଜ୍ୟ ପୁଣି ଥରେ ଜିଏସଟି କମିଟି ନିକଟରେ ଦାବି ଦୋହରାଇବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଓଡିଶାରେ ଜିଏସଟି ଲାଗୁ କରିବା ଲାଗି ରାଜ୍ୟସରକାର ସବୁ ପ୍ରକାର ପ୍ରସ୍ତୁତି ସାରିଛନ୍ତି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।