ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୩୧୨ ଆକ୍ରାନ୍ତ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରୁ ୬୫୮ ଜଣଙ୍କ ସମେତ ରାଜ୍ୟରେ ଆଜି  ୩ ହଜାର ୩୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ  ସୁସ୍ଥ ହୋଇଥିବା କରୋନା  ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୮୪କୁ ବୃଦ୍ଧି ପାଇଛି  ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ  ସୂଚନା ଦିଆଯାଇଛି ।


ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୨୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲାରୁ ୧୫୩ ଜଣ, ନୂଆପଡ଼ା ଜିଲ୍ଲାରୁ ୧୫୧ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୮ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୧ ଜଣ, କେନ୍ଦୁଝର ଜିଲ୍ଲାରୁ ୧୧୭ ଜଣ, ଅନୁଗୁଳରୁ ୧୧୨ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦୯ ଜଣ ଓ ମାଲକାନଗିରି ଜିଲ୍ଲାରୁ ୧୦୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁର ଜିଲ୍ଲାରୁ ଆଜି ୯୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୮ ଜଣ, ପୁରୀ ଜିଲ୍ଲାରୁ ୮୫ ଜଣ, କନ୍ଧମାଳ ଜିଲ୍ଲାରୁ ୮୩ ଜଣ, ନବରଂଗପୁର ଜିଲ୍ଲାରୁ ୮୧ ଜଣ, କୋରାପୁଟ, ନୟାଗଡ଼ ଜିଲ୍ଲାରୁ ୬୯ ଜଣ ଲେଖାଏଁ, ଢେଙ୍କାନାଳ ଜିଲ୍ଲାରୁ ୬୮ ଜଣ, ଜଗତସିଂହପୁର ଜିଲ୍ଲାରୁ ୬୪ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୩ ଜଣ, ଭଦ୍ରକ ଜିଲ୍ଲାରୁ ୬୨ ଜଣ, ବରଗଡ଼ ଜିଲ୍ଲାରୁ ୬୧ ଜଣ, ଯାଜପୁର ଜିଲ୍ଲାରୁ ୫୮ ଜଣ ଓ କଳାହାଣ୍ଡି ଜିଲ୍ଲାରୁ ୫୩ ଜଣ ସୁସ୍ଥ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାରୁ ୪୮ ଜଣ, ଗଂଜାମ ଜିଲ୍ଲାରୁ ୪୭ ଜଣ, ବୌଦ୍ଧ ଜିଲ୍ଲାରୁ ୩୯ ଜଣ, ରାୟଗଡ଼ା ଜିଲ୍ଲାରୁ ୩୪ ଜଣ, ଗଜପତି ଜିଲ୍ଲାରୁ ୧୬ ଜଣ, ଦେବଗଡ଼ ଜିଲ୍ଲାରୁ ୧୨ ଜଣ ଓ ରାଜ୍ୟପୁଲରୁ ୨୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।