ସ୍କୁଲ୍ ଖୋଲିବାକୁ ସରକାରଙ୍କ ପ୍ରସ୍ତୁତି!

ଭୁବନେଶ୍ୱର: ସ୍କୁଲ୍ ଖୋଲିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏଥିପାଇଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଜ ନିଜ ହେଡ଼ କ୍ୱାର୍ଟର ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦିଆଯାଇଛି।

କୋଭିଡ ଯୋଗୁଁ ଦୀର୍ଘ ୬ ମାସ ଧରି ବିଦ୍ୟାଳୟ ବନ୍ଦ ରହିଛି । ତେଣୁ ବିଦ୍ୟାଳୟ ପରିସରକୁ କିପରି ସ୍ୱଚ୍ଛ କରାଯିବ ସେନେଇ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ କୁହାଯାଇଛି।

ଏହାସହ ସରକାର ଖୁବଶୀଘ୍ର କୋଭିଡ୍ କ୍ୟାମ୍ପେନ ଆରମ୍ଭ କରିବାକୁ ଯାଉଛନ୍ତି ଯେଉଁଥିରେ ଶିକ୍ଷକଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ଏହାର ପାଳନ ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ସେପଟେ ପାଚିକା ଓ ସହାୟିକା ମାନଙ୍କୁ ଜୁଲାଇ ଏବଂ ଅଗଷ୍ଟ ମାସର ପାରିଶ୍ରମିକ ଦିଆଯିବ ବୋଲି ସୂଚନା ମିଳିଛି । ଏନେଇ ବିଭାଗ ପକ୍ଷରୁ ୩୧ କୋଟି ୮୧ ଲକ୍ଷ ୫୪ ହଜାର ୪ ଶହ ଟଙ୍କା ମଞ୍ଜୁର କରାଯାଇଥିବା ସୂଚନା ମିଳିଛି।