ବାରିପଦା: ଉପଯୁକ୍ତ ଡ୍ରେସ୍ କୋଡ୍ରେ ନ ଥିବାରୁ ୪ ହୋମ୍ଗାର୍ଡଙ୍କୁ ଆଣ୍ଠେଇ ଦିଆଯିବା ଘଟଣାରେ ଆଜି । ଆଜି ଏସ୍ପି ୪ ହୋମ୍ଗାର୍ଡ଼ଙ୍କ ବୟାନ ରେକର୍ଡ଼ କରିଥିଛନ୍ତି। ଅନ୍ୟପକ୍ଷରେ ହୋମ୍ଗାର୍ଡ଼ଙ୍କୁ ଦଣ୍ଡବିଧାନ କରିଥିବା ରିଜର୍ଭ ଇନ୍ସପେକ୍ଟରଙ୍କୁ ଆଜି ରିଲିଭ୍ କରାଯାଇଛି। ଏନେଇ ଗତକାଲି ହୋମ୍ଗାର୍ଡ଼ ଡିଜି ବିନୟ ବେହେରା ମୟୂରଭଞ୍ଜ ଏସ୍ପିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ମିଳିଥିବା ସୂଚନା ଗତ ୨୫ ତାରିଖରେ ହୋମ୍ଗାର୍ଡମାନେ ରଥଯାତ୍ରା ଡ୍ୟୁଟିରେ ଯାଇଥିଲେ। ଚେକିଂ ବେଳେ ଏମାନେ ଠିକ୍ରେ ୟୁନିଫର୍ମ ପିନ୍ଧି ନ ଥିବା ଜଣାପଡ଼ିଥିଲା। ଏହା ପରେ ରିଜର୍ଭ ଇନ୍ସପେକ୍ଟର ସେମାନଙ୍କୁ ହୋମଗାର୍ଡ କମାଣ୍ଡାଣ୍ଟଙ୍କ କାର୍ଯ୍ୟାଳୟରେ ୨ ମିନିଟ୍ ଆଣ୍ଠେଇ ଦେଇଥିଲେ। ଅଣ୍ଠେଇଥିବା ୪ ହୋମଗାର୍ଡ଼ଙ୍କ ମଧ୍ୟରେ ଜଣେ ମହିଳା ଥିଲେ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ଏଭଳି ଦଣ୍ଡ ଦିଆଯାଏ ବୋଲି ରିଜର୍ଭ ଇନ୍ସପେକ୍ଟର କହିଛନ୍ତି।