ଗାଁରେ ଘର କଲେ ନେବାକୁ ପଡ଼ିବ ସରକାରୀ ଅନୁମତି

ଭୁବନେଶ୍ୱର:ଏଣିକି ଗାଁରେ ଘର କଲେ ବି ନେବାକୁ ପଡ଼ିବ ସରକାରୀ ଅନୁମତି । ୫୦୦ବର୍ଗମିଟରରୁ ଅଧିକ ସ୍ଥାନରେ ଯଦି ଆପଣ ଦ୍ୱିତୀୟ ବା ଅଧିକ ମହଲାର କୋଠାଘର ତିଆରି କରିବା ପାଇଁ ଚାହୁଁଛନ୍ତି । ତେବେ ପଞ୍ଚାୟତ ସମିତିର ଅନୁମତି ନେବା ଆବଶ୍ୟକ ରହିଛି । ଏହା ସହ  ଠିକ୍ ଯୋଜନାରେ ଘର ତିଆରି ନକଲେ କଡ଼ା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । 

ଯେକୌଣସି ଗାଁରେ ୫୦୦ବର୍ଗମିଟରରୁ ଅଧିକରେ ଦ୍ୱିତୀୟ ବା ଅଧିକ ମହଲାର କୋଠାଘର ତିଆରି କରିବା ପାଇଁ ଜାଗା ମାଲିକଙ୍କୁ ପଞ୍ଚାୟତ ସମିତିର ଅନୁମତି ନେବାକୁ ପଡ଼ିବ । ପଞ୍ଚାୟତ ସମିତି ମାଧ୍ୟମରେ ଘର ତିଆରି ପାଇଁ ନେବାକୁ ପଡ଼ିବ ଏହି ଅନୁମତି । ଏହି ଘର ତିଆରି ନେଇ ଆପ୍ରୁଭାଲ ପାଇଁ ପଞ୍ଚାୟତ ସମିତି ଜିଲ୍ଲା ପ୍ଲାନିଂ ୟୁନିଟକୁ ପଠାଇବ । ତା ପରେ ଟାଉନ ପ୍ଲାନିଂ ୟୁନିଟକୁ ଜିଲ୍ଲା ପ୍ଲାନିଂ ୟୁନିଟ ପଠାଇବ । ନିର୍ମାଣାଧିନ ଘର ଲାଗି ମଧ୍ୟ କମ୍ପାଉଣ୍ଡ ଫି ଦେଇ ଆପ୍ରୁଭାଲ କରିପାରିବେ । ସରକାରୀ ନିୟମ ମୁତାବକ ଘର ନ କରିଲେ ନିୟମ ଉଲଘଂନ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି ।