ବାପା ମା’ ହେବେ ବିରାଟ-ଅନୁଷ୍କା, ଜାନୁୟାରୀରେ ଆସିବେ ନୂଆ ସଦସ୍ୟ

ମୁମ୍ବାଇ: ଚର୍ଚ୍ଚାରେ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହିଲ । ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଦେବାକୁ ଯାଉଛନ୍ତି ସରପ୍ରାଇଜ । କାରଣ ଏହି କପଲଙ୍କ ଘରକୁ କୁନି ଅତିଥି ଆସିବେ । ଆଜ୍ଞା ହଁ, ଅନୁଷ୍କା ଗର୍ଭବତୀ ହେବା ଚର୍ଚ୍ଚା ବର୍ତ୍ତମାନ ସବୁ ମହଲରେ । ଏହି ଖୁସି ଖବର ଦୁଇଜଣ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି, ‘ଆମେ ତିନି ହେବାକୁ ଯାଉଛୁ । ୨୦୨୧ ଜାନୁଆରୀରେ ନୂଆ ଅତିଥି ଘରକୁ ଆସିବେ ।’ ପ୍ରକାଶ ଥାଉକି ଗତ କିଛି ଦିନରୁ ଅନୁଷ୍କାଙ୍କ ଗର୍ଭବତୀ କଥା ଚର୍ଚ୍ଚାରେ ରହିଆସୁଛି ।

virat-kohli-anushka-sharma-expecting-first-child-in-january-2021

ସେହିପରି ନିକଟରେ ଅନୁଷ୍କା ମୁମ୍ବାଇର ଏକ କ୍ଲିନିକ ବାହାରେ ନଜର ଆସିଥିଲେ । ଯାହାପରଠୁ ତାଙ୍କ ଗର୍ଭବତୀ ଖବର ଚର୍ଚ୍ଚା ହେଉଥିଲା । ଏହି ଯୋଡିକୁ ବର୍ତ୍ତମାନ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ଶୁଭେଚ୍ଛା ଦେବା ଆରମ୍ଭ କରିଦେଇଛନ୍ତି ।

ନିକଟରେ କରୀନା କପୁର ଖାନ ଓ ସୈଫ ଅଲ୍ଲୀ ଖାନ ପୁଣିଥର ପିତା ମାତା ହେବା ଖବର ସାମ୍ନାକୁ ଆସିଥିଲା । ସେହିପରି ଫେମସ କ୍ରିକେଟର ହାର୍ଦ୍ଦିକ ପାଣ୍ଡେ ଓ ନତାଶା ଷ୍ଟେନକୋଭିକ ମଧ୍ୟ ପିତା-ମାତା ସାଜିଥିଲେ ।