ପାଟନା:ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ.କେ ସିଂ ଗୁରୁବାର ଅଭିଯୋଗ ଆଣି କହିଛନ୍ତି ଯେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଦୀର୍ଘ ଦିନରୁ ସୁଶାନ୍ତଙ୍କୁ ବିଷ ଦେଇ ଆସୁଥିଲେ ଏବଂ ସେ ହିଁ ତାଙ୍କର ହତ୍ୟାକାରୀ। ରିୟା ଓ ତାଙ୍କ ସହଯୋଗୀଙ୍କୁ ସିବିଆଇ ଗିରଫ କରୁ ବୋଲି ଦାବି କରିଛନ୍ତି ସୁଶାନ୍ତଙ୍କ ବାପା ।
ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୃତି ସୋସିଆଲ୍ ମିଡିଆରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଶୀଘ୍ର ସେମାନଙ୍କୁ ଗିରଫ କରିବା ପାଇଁ ଅନୁରୋଧ କରିଥିଲେ ଶ୍ୱେତା ।
ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ହ୍ୱାଟସ ଆପ୍ ଟାର୍ଟ ଚର୍ଚ୍ଚା ପରେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଇ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ପରିବାର ଲୋକ । ପୂର୍ବରୁ ରିୟାଙ୍କ ନାଁରେ ହତ୍ୟା ଷଡ଼ଯନ୍ତ୍ର, ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ମାମଲା ରୁଜୁ କରିଥିଲେ କେ. କେ. ସିଂ ।