ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇଦିନିଆ କେରଳ ଗସ୍ତ

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବାକୁ ଥିବା କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଟ୍ ପରିଦର୍ଶନ କଲେ ନ୍ଦ୍ରମନ୍ତ୍ରୀ

କେରଳ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେରଳ ଗସ୍ତର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଦୁଇଦିନିଆ କେରଳ ଗସ୍ତ କରି ସେଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ଘାଟନ ଓ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।

 ୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ପିଡ଼ିପିପି ପ୍ଲାଟ୍‌
 ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଦେଶର ଆମଦାନୀକୁ ହ୍ରାସ କରିବ
 ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ ଶିଳ୍ପକୁ ପ୍ରୋତ୍ସାହନ ଦେବ
 ବାର୍ଷିକ ୪ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ହେବ ସଂଚୟ
ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ରବିବାର ଉଦ୍‌ଘାଟନ ହେବାକୁ ଥିବା ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(ବିପିସିଏଲ୍‌) କୋଚି ରିଫାଇନାରୀର ପ୍ରୋପିଲିନ୍ ଡେରିଭେଟିଭ୍‌ ପେଟ୍ରୋକେମିକାଲ ପ୍ରୋଜେକ୍ଟ (ପିଡ଼ିପିପି) ପ୍ଲାଂଟ ପରିଦର୍ଶନ କରିଛନ୍ତି ଶ୍ରୀ ପ୍ରଧାନ । ୬ ହଜାର କୋଟି ଟଙ୍କା ବ୍ୟୟର ଏହି ପ୍ରକଳ୍ପ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଦେଶର ଆମଦାନୀକୁ ହ୍ରାସ କରିବା ସହ କେରଳରେ ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ମେକ୍ ଇନ୍ ଇଣ୍ଡିଆକୁ ମଜବୁତ୍ କରିବା ପରିପ୍ରେକ୍ଷୀରେ ପିଡ଼ିପିପି ପ୍ଲାଂଟ୍ ଉତ୍କୃଷ୍ଟ ମାନର ପେଟ୍ରୋକେମିକାଲ୍ସ ଉତ୍ପାଦନ କରିବ । ଫଳରେ ବାର୍ଷିକ ୪ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ କରାଯାଇପାରିବ ।
ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ଭିତିଭୂମି ପ୍ରକଳ୍ପ ଗୁଡ଼ିକ କେରଳରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି କରିବା ସହ ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ ଓ ବନ୍ଦର ଏବଂ ଜାହାଜ ଭିତିଭୂମି ଆଧାରିତ ପ୍ରକଳ୍ପ ଗୁଡ଼ିକ କେରଳବାସୀଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Union Minister dharmendra pradhan  two days kerala Visit