କେମିତି ଅଛି ସାତ କୋଶିଆର ସୁନ୍ଦରୀ ? ଜାଣନ୍ତୁ ପୁରା ଖବର

ଅନୁଗୁଳୁ : ରାଇଗୁଡ଼ା ଏନକ୍ଳୋଜରରେ ଏବେ ବାଘୁଣୀ ସୁନ୍ଦରୀ । ଭିତରକୁ ଯିବା ପରେ ସତେ ଯେମିତି ତାର ଆଉ ଚିନ୍ତା ନାହିଁ । ପୂରା ଆରାମ କରୁଛି । ନା ତାକୁ ଅନ୍ୟ ବାଘ ବାଘୁଣୀର ଭୟ ଅଛି ନା ଯଶେ।ଦା ହାତୀ କିମ୍ବା ତାଉପରେ ବସି ତାକୁ ନିଶାନା ସାଧୁଥିବା ଟ୍ରାଙ୍କୁଲାଇଜର ଟିମ୍ ର ଭୟ । ତା ପାଖକୁ ବି କେହି ଯିବା ପାଇଁ ମନା ହେ।ଇଛି । କିନ୍ତୁ ସେ କଣ କରୁଛି ଏବେ?? ତାର ଆଚରଣ କିଭଳି ଅଛି?

ରାଇଗୁଡ଼ା ଏନକ୍ଲୋଜରରେ ଏବେ ପୂରା ବିନ୍ଦାସରେ ରହିଛି ସୁନ୍ଦରୀ । ଅଢେଇ ଏକର ପରିମିତ ତାର ଜାଲି ଭିତରେ ଆରାମରେ ଖେଳୁଛି, ବୁଲୁଛି । ଥକ୍କା ଲାଗିଲେ ଗଡି ପଡୁଛି । ଝରଣାରେ ଗାଧଉଛି । ଝରଣା ଛଡ଼ା ତା ପାଇଁ ପାଣି କୁଣ୍ଡ, ଗୁମ୍ଫା ବି ରହିଛି । ଗତ ରାତିରେ ଗୁମ୍ଫାରେ ଶୋଇିଥିଲା ସୁନ୍ଦରୀ । ଅବଶ୍ୟ ଏନକ୍ଲୋଜରକୁ ଆସିବା ପରଠୁ ସୁନ୍ଦରୀ କିଛି ଖାଇନି । ଟ୍ରାଙ୍କୁଲାଇଜିଂ ପୂର୍ବରୁ ଏକ ମଇଁଷି ମାରି ୩୦ କିଲୋ ପାଖାପାଖି ମାଂସ ଖାଇଥିଲା । ତେଣୁ ଏବେ ତା’ର ଖାଇବା ଚିନ୍ତା ନାହିଁ । ଡ଼ାକ୍ତରଙ୍କ ମତରେ ବାଘ ସପ୍ତାହେ ନଖାଇଲେ ଚଳିବ । ଭୋକ ଲାଗିଲେ ତାକୁ ଶିକାର ପାଇଁ ଜନ୍ତୁ ଦିଆଯିବ ।

ସିସିଟିଭି ଜରିଆରେ ସୁନ୍ଦରୀ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି । ଗାଧୋଇବା, ଆରାମ କରିବା, ପାଣି ପିଇବା ଏବଂ ଅନ୍ୟାନ୍ୟ କାର‌୍ୟ୍ୟକଳାପକୁ ସିସିଟିଭିରେ ନୀରିକ୍ଷଣ ସହ ସହ ରେକର୍ଡ଼ କରାଯାଉଛି । ସୁନ୍ଦରୀ ଉପରେ ନଜର ରଖିଛି ୪୦ ରୁ ଅଧିକ କ୍ୟାମେରା। କାହାରିକୁ ଏନକ୍ଲୋଜର ପାଖକୁ ଛଡ଼ାଯାଉନି । ଏମିତିକି ବନ କର୍ମଚାରୀଙ୍କୁ ବି ନୁହେଁ । ଡ଼ାକ୍ତର କିନ୍ତୁ ଦିନେ ଛଡ଼ା ଦିନେ ଭିଜିଟ୍ କରିବେ । ସୁନ୍ଦରୀର ଗିତିବିଧିକୁ ନେଇ ଡ଼ବ୍ଲୁଆଇଆଇ ଏବଂ ଏନଟିସିଏ ଗବେଷଣା କରୁଛନ୍ତି। ଏନକ୍ଲୋଜର ପାଖାପାଖି ସ୍ଥାନକୁ କାହ୍ନା ଓ ପୁରୁଣା ବାଘୁଣୀ ଆସିପାରନ୍ତି । ସୁନ୍ଦରୀର ବ୍ୟବହାର ଦେଖିଲା ପରେ ସିଏ କେତେ ଦିନ ଏଠାରେ ରହିବ ବା ଅନ୍ୟ କେଉଁସ୍ଥାନକୁ ଯିବ ସେଇ ନିଷ୍ପତ୍ତି ନିଆଯିବ ।