ବିସ୍ଫୋରଣରେ ହୋଟେଲ୍ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ

ମୁମ୍ବାଇ : ପୁଣି ଟାର୍ଗେଟରେ ତାଜ୍ ହୋଟେଲ୍ । ବିସ୍ଫୋରଣରେ ହୋଟେଲ୍ ତାଜ୍‌କୁ ଉଡ଼ାଇ ଦେବାକୁ ଧମକ । ବିସ୍ଫୋରଣରେ ଉଡ଼ାଇ ଦେବାକୁ ପାକିସ୍ତାନର କରାଚିରୁ ଧମକ । ଧମକ ପରେ ହୋଟେଲ ତାଜ୍ ଓ ଆଖପାଖ ଅଂଚଳରେ କଡ଼ା ସୁରକ୍ଷା । ଗତକାଲି ବିଳମ୍ବିତ ରାତିରେ କରାଚୀରୁ ଏକ ଫୋନ୍ କଲ୍‌ରେ ଏଭଳି ଧମକ ଆସିଥିଲା । ୨୦୦୮ରେ ଆତଙ୍କବାଦୀମାନେ ମୁମ୍ବାଇର ପ୍ରସିଦ୍ଧ ତାଜ୍ ହୋଟେଲ୍‌କୁ ଟାର୍ଗେଟ କରିଥିଲେ । ଆତଙ୍କବାଦୀଙ୍କ ବର୍ବର କାଣ୍ଡରେ ୧୬୬ଜଣଙ୍କର ମୃତ୍ୟୁ ହେବା ସହ ୩୦୦ରୁ ଅଧିକ ଗୁରୁତର ହୋଇଥିଲେ । ୧୦ରୁ ଅଧିକ ଲସ୍କର ଆତଙ୍କବାଦୀ ପସି ଲୋକଙ୍କ ଉପରୁ ଗୁଳି ବର୍ଷଣ କରିଥିଲେ ।