ଓଏଏସ୍‌ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ୩ ଆଇଏଏସ୍‌ଙ୍କ ବଦଳି ସହ ୧୫ ଜଣ ଓଏଏସ୍‌ଙ୍କ ବଦଳି ନିର୍ଦ୍ଦେଶ ଜାରି କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁଯାୟୀ, ନଗର ଉନ୍ନୟନ ବିଭାଗ ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କୁ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ଭବେଶ କୁମାର ନାୟକଙ୍କୁ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ, ନିରଞ୍ଜନ ଜେନା ସମ୍ବଲପୁର ଆର୍‌ଡିସି ଅଫିସ୍‌ରେ ଉପସଚିବ, ଲୋପାମୁଦ୍ରା ମହାପାତ୍ରଙ୍କୁ ପଞ୍ଚାୟତରାଜ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି ।

ସେହିଭଳି ଜୀବନ ଚନ୍ଦ୍ର ମଲ୍ଲିକଙ୍କୁ ସମବାୟ ବିଭାଗ ଉପସଚିବ, ରୋଜିନା ଦାସଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ତଲପ୍ତ ଆର୍‌ଫିନ୍‌ଙ୍କୁ ଓଏମ୍‌ସିର ସ୍ପେଶାଲ ଅଫିସର ସହ ଖଣି ଉତ୍ତୋଳନ ନିଗମର ସ୍ପେଶାଲ ଅଫିସର ଭାବେ ନିଯୁକ୍ତି ମିଳିଛି । ଉମାକାନ୍ତ ସ୍ୱାଇଁଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ସଚିବ, ରମେଶ ଚନ୍ଦ୍ର ଜେନାଙ୍କୁ ଆଠଗଡ଼ ଅତିରିକ୍ତ ଉପଜିଲ୍ଲାପାଳ, ମାୟାଧର ବେହେରାଙ୍କୁ ବାଙ୍କୀ ଅତିରିକ୍ତ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ଦେବୀ ପ୍ରସାଦ ମହାନ୍ତିଙ୍କୁ ଜଗତସିଂହପୁର ଉପଜିଲ୍ଲାପାଳ, ଜେପି ଶଙ୍କର ସାହୁଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଉପସଚିବ, ଦିଲ୍ଲୀପ ମହାରଣାଙ୍କୁ ଅନୁଗୁଳ ଡିଆର୍‌ଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, କସ୍ତୁରୀ ପ୍ରଧାନଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ସନ୍‌ କମିଶନରେ ଉପସଚିବ ଏବଂ ଜେପି ଶଙ୍କର ରାୟଙ୍କୁ ଗଞ୍ଜାମ ଡିଆର୍‌ଡିଏରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।