ୟାସିନ ମଲିକ ବିରୋଧରେ ମାମଲା

ଶ୍ରୀନଗର: ୪ ଆଇଏଏଫ ଅଧିକାରୀଙ୍କୁ ହତ୍ୟା ମାମଲାରେ ଦୀର୍ଘ ୩୦ ବର୍ଷ ପରେ ଜେକେଏଲଏଫର ପ୍ରତିଷ୍ଠାତା ୟାସିନ ମଲିକ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ସହିତ ଏହି ମାମଲାରେ ଅନ୍ୟ ୬ ଜଣଙ୍କ ବିରୋଧରେ ମଧ୍ୟ ମାମଲା କରିବାକୁ ଟିଏଡିଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୧୯୯୦ରେ ଶ୍ରୀନଗରରେ ୪ ଜଣ ଆଏଏଫ(ଇଣ୍ଡିଆନ ଏୟାର ଫୋର୍ସ) ଅଧିକାରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପରିମାଣରେ ପ୍ରମାଣ ଥିବା ଦର୍ଶାଇ କୋର୍ଟ ଏହା କହିଛନ୍ତି । ସେପଟେ ତିହାର ଜେଲରେ ଥିବା ୟାସିନ ମଲିକ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟ ଆଗରେ ହାଜର ହୋଇଥିବାବେଳେ ଏମାମଲାରେ ସେ ସମ୍ପୃକ୍ତ ନଥିବା କହି କୋର୍ଟରେ ଆଉ ଏକ ମାମଲା ରୁଜୁ କରିଛି । ଯାହାର ଶୁଣାଣି ମାର୍ଚ୍ଚ ୩୦ ତାରିଖରେ ହେବ ବୋଲି କୁହାଯାଇଛି ।

ମଲିକ ହେଉଛି ଜମ୍ମୁକଶ୍ମୀର ଲିବରେସନ ଫ୍ରଂଟ (ଜେକେଏଲଏଫ)ର ପ୍ରତିଷ୍ଠାତା । ଯାହାକୁ ୨୦୧୯ ମାର୍ଚ୍ଚରେ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ତେବେ ମଲିକ ୧୯୮୯ ମସିହାରେ କେନ୍ଦ୍ରଗୃହମନ୍ତ୍ରୀ ମୁଫତି ମହମ୍ମଦ ସହିଦଙ୍କ ଝିଅଙ୍କୁ ଅପହରଣ କରିବା ମାମଲାରେ ତିହାର ଜେଲରେ ରହିଛି । ସୂଚନାଥାଉକି, ୧୯୯୦ ମସିହା ଜାନୁଆରୀ ୨୫ରେ ରାୱଲପୋରା ଅଂଚଳ ରେ ଆଇଏଏଫ ଉପରକୁ ଫାୟାରିଂ କରାଯାଇଥିଲା ଯେଉଁଥିରେ ୪୦ ଜଣ ଆହତ ହୋଇଥିବାବେଳେ ୪ ଜଣ ଶହୀଦ ହୋଇଥିଲେ ।