ରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଭାରତର ପୂର୍ବତନ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭାକୁ ମନୋନୀତ କରିଛନ୍ତି। ୧୭ ନଭେମ୍ବର ୨୦୧୯ ରେ ରଞ୍ଜନ ଗୋଗୋଇ ମୁଖ୍ୟ ବିଚାରପତି ପଦରୁ ଅବସର ନେଇଥିଲେ।

ରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇରାଜ୍ୟସଭା ଯିବେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇମୁଖ୍ୟ ବିଚାରପତି ଭାବରେ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ପ୍ରାୟ ସାଢେ ୧୩ ମାସ ଥିଲା । ଯେଉଁଥିରେ ସେ ରାମ ଜନ୍ମଭୂମି, ଟ୍ରିପଲ ତଲାକ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସମେତ ମୋଟ ୪୭ ଟି ନିଷ୍ପତ୍ତି ପ୍ରଦାନ କରିଥିଲେ।

୩ ଅକ୍ଟୋବର ୨୦୧୮ ରେ ରଞ୍ଜନ ଗୋଗୋଇ ଭାରତର ୪୬ ତମ ପ୍ରଧାନ ବିଚାରପତି ହୋଇଥିଲେ। ସେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ଗୋଗୋଇଙ୍କ ପୁଅ । ସେ ୧୯୭୮ ରେ ଓକିଲାତି ଆରମ୍ଭ କରିଥିଲେ। ୨୦୦୧ ରେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ । ୨୦୧୧ ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ପ୍ରଧାନ ବିଚାରପତି ହୋଇଥିଲେ ଏବଂ ୨୩ ଏପ୍ରିଲ ୨୦୧୨ ରେ ସୁପ୍ରିମକୋର୍ଟର ବିଚାରପତି ନିଯୁକ୍ତ ହୋଇଥିଲେ।