ମଧ୍ୟପ୍ରଦେଶ ଫ୍ଲୋରଟେଷ୍ଟ ମାମଲା: ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଖୁବଶୀଘ୍ର ଫ୍ଲୋରଟେଷ୍ଟ(ବହୁମତ ପରୀକ୍ଷା) କରିବାକୁ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଯାଚିକା ଉପରେ ଆଜି ଶୁଣାଣି ହୋଇପାରେ । ମଧ୍ୟପ୍ରଦେଶ ବିଧାନସଭାରେ ଖୁବଶୀଘ୍ର ସରକାର ବହୁମତ ପରୀକ୍ଷା କରିବାକୁ ନେଇ ଗତକାଲି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେପି ।

ସୂଚନାଥାଉକି, ଗତକାଲି(ସୋମବାର) ଗୃହରେ ବହୁମତ ପରୀକ୍ଷା କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ । ତେବେ କୋରୋନା ଲାଗି ଗୃହକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଫଳରେ ଗତକାଲି ବହୁମତ ପରୀକ୍ଷା ହୋଇପାରିନଥିଲା ।

କଂଗ୍ରେସର ୨୨ ଜଣ ବିଧାୟକ ଇସ୍ତଫା ଦେବା ପରେ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇଥିବା ଦର୍ଶାଇ ଫ୍ଲୋରଟେଷ୍ଟ କରିବାକୁ ଦାବି କରିଛି ବିଜେପି ।