୪୯ ବର୍ଷର ରେକର୍ଡ ଭାଙ୍ଗିଲା ଦିଲ୍ଲୀ ତାପମାତ୍ରା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏହି କ୍ରମରେ ମଙ୍ଗଳବାର ଦିଲ୍ଲୀର ତାପମାତ୍ରା ୪୯ ବର୍ଷର ରେକର୍ଡ ଭାଙ୍ଗିଛି। ମଙ୍ଗଳବାର ଦିଲ୍ଲୀର ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଏହା ପୂର୍ବରୁ ୧୯୭୦ ଦିଲ୍ଲୀର ସବୁଠୁାରୁ ଉତପ୍ତ ବର୍ଷ ଥିଲା। ତେବେ ୧୯୪୧ରେ ଦିଲ୍ଲୀ ତାପମାତ୍ରା ୪୫.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ଅନୁସାରେ ମଙ୍ଗଳବାର ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ତେବେ ରାତିରେ ତାପମାତ୍ରା ହ୍ରାସ ପାଇ ୨୩ ଡିଗ୍ରୀ ସେଲସିୟ ମଧ୍ୟରେ ରହିଥିଲା। ଦିଲ୍ଲୀର ସବୁଠାରୁ ଉତପ୍ତ ଅଞ୍ଚଳ ଭାବେ ପାଲମରେ ସର୍ବୋଚ୍ଚ ତାପମାତ୍ରା ୪୫.୩ ଡିଗ୍ରୀ ସେଲସିୟସ ଥିବାବେଳେ ଆୟା ନଗରରେ ତାପମାତ୍ରା ୪୩.୮ ଡିଗ୍ରୀ, ଜାଫରପୁରରେ ତାପମାତ୍ରା ୪୩.୪ ଡିଗ୍ରୀ, ମଙ୍ଗେଶପୁରରେ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ପାକିସ୍ତାନ ଏବଂ ରାଜସ୍ଥାନରେ ଗରମ ପବନ ଯୋଗୁଁ ଦିଲ୍ଲୀରେ ଅଧିକ ଗରମ ଅନୁଭୂତ ହେଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ଗୁରୁବାର ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ହେବାର ଆଶଙ୍କା ରହିଛି। ଏହା ସତ୍ତ୍ବେ ତାପମାତ୍ରା ୪୦ରୁ ୪୨ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ବୋଲି କୁହାଯାଉଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ର ପବନ ଶୁକ୍ରବାର ସୁଦ୍ଧା ଦିଲ୍ଲୀରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ‘ଫନି’ ପବନ ପ୍ରଭାବରେ ଦିଲ୍ଲୀରେ ଗରମରୁ ସାମନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।