ଦୁଷ୍କର୍ମ ମାମଲାରେ ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା

ସୁରଟ: ଦୁଷ୍କର୍ମ ଅଭିଯୁକ୍ତ ନାରାୟଣ ସାଇଙ୍କୁ ସୁରଟ ସେସନ୍‌ କୋର୍ଟ ମଙ୍ଗଳବାର ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି। ଆତ୍ମଘୋଷିତ ଈଶ୍ୱର ବୋଲି ନିଜକୁ ପରିଚୟ ଦେଉଥିବା ତଥା ଦୁଷ୍କର୍ମ ଅଭିଯୁକ୍ତ ଆଶାରାମ ବାପୁଙ୍କ ପୁଅ ନାରାୟଣ ୧୧ ବର୍ଷ ତଳେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାରାୟଣ ସାଇଙ୍କ ବିରୋଧରେ ଦୁଇ ଭଉଣୀ ଅଭିଯୋଗ ଆଣିବା ପରେ କୋର୍ଟ ଏହି ମାମଲାର ଶୁଣାଣି ଏପ୍ରିଲ୍‌ ୩୦ରେ କରିବେ ବୋଲି କହିଥିଲେ। ନାରାୟଣ ସାଇଙ୍କୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜମିମାନା ମଧ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଯୋଦ୍ଧପୁର କୋର୍ଟ ନାରାୟଣ ସାଇଙ୍କ ବାପା ଆଶାରାମ ବାପୁଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ
ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ୨୦୧୩ ମସିହାରେ ନାରାୟଣ ସାଇ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ।