ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଖାରଜ କଲେ ସୁପ୍ରିମ୍ କୋର୍ଟ
ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ କରାଯାଇଥିବା ଏକ ଆବେଦନକୁ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଏସ ବୋବଡେଙ୍କ ନେତୃତ୍ୱରେ ଗଠନ ହୋଇଥିବା ତିନିଜଣିଆ ଖଣ୍ଡପୀଠ ଖାରଜ କରିଛନ୍ତି। ଅଲ୍କା ପ୍ରିୟା ନାମ୍ନୀ ଜଣେ ମହିଳା କରିଥିବା ଏହି ଆବେଦନକୁ ଖାରଜ କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ନିଜ ଆବେଦନରେ ପ୍ରିୟା ଜଣାଇଥିଲେ କି ସୁଶାନ୍ତ ଜଣେ ଭଲ ମଣିଷ। ଏହି ଅଭିନେତା ନାସାକୁ ଅନେକ ଶିଶୁଙ୍କୁ ପ୍ରଯୋଜିତ କରିଛନ୍ତି। ମାତ୍ର ଅଦାଲତ ଏହାକୁ ନେଇ ନିଜର ମତ ରଖି କହିଛନ୍ତି ଯେ ସେ ଭଲ ଲୋକ କି ମନ୍ଦ ଲୋକ ତାହା ଜଣାନାହିଁ। ମାମଲାର ତଦନ୍ତ ମୁମ୍ବାଇ ପୁଲିସ୍ କରୁଛି। ଏହି ଆବେଦନକୁ ଖାରଜ କରାଗଲା।’
ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ତାଙ୍କ ପୂର୍ବତନ ପ୍ରେମିକା ରେହା ଚର୍କବର୍ତ୍ତୀ ବୋଲି ସୁଶାନ୍ତଙ୍କ ବାପା ପାଟ୍ନା ଥାନାରେ ଅଭିଯୋଗ ଆଣିବା ପରେ ଏହି ଘଟଣାର ଏବେ ନୂଆ ନୂଆ ମୋଡ଼ ଦେଖିବାକୁ ମିଳୁଛି।
ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ ଆଣିଛନ୍ତି ଯେ ରେହା ସୁଶାନ୍ତଙ୍କୁ ତାଙ୍କ ପରିବାର ଲୋକଙ୍କଠାରୁ ଦୂରେଇ ରଖୁଥିଲେ। ସୁଶାନ୍ତଙ୍କ ଟଙ୍କା ଉପରେ ରେହାଙ୍କ ନଜର ଥିଲା।
ଉଲ୍ଲେଖଯୋଗ୍ୟ, ଜୁନ୍ ୧୪ ତାରିଖରେ ମୁମ୍ବାଇସ୍ଥିତ ନିଜ ବାସଭବନରୁ ସୁଶାନ୍ତଙ୍କ ମୃଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। କେହି କେହି ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଏହି କେହି ଏହାକୁ ହତ୍ୟା ବୋଲି ଦାବି କରୁଛନ୍ତି।